ଅନ୍ତର୍ଜାତୀୟ ମାଗାଜିନ୍‌ର କଭରପେଜ୍‌ରେ ଓଡ଼ିଶାର କଳାବାଘ

ଭୁବନେଶ୍ଵର: ଅନ୍ତର୍ଜାତୀୟ ମାଗାଜିନ୍‌ର କଭରପେଜ୍‌ରେ ଓଡ଼ିଶାର କଳାବାଘ । ନ୍ୟାସନାଲ ଜିଓଗ୍ରାଫିକ କଭରପେଜରେ ଶିମିଳିପାଳର ଗର୍ବ । କଳା ରଙ୍ଗ ପାଇଁ ଚର୍ଚ୍ଚାରେ ଶିମିଳିପାଳର ମହାବଳ ବାଘ ।

ନ୍ୟାସନାଲ ଜିଓଗ୍ରାଫିକ କଭରପେଜରେ ଓଡ଼ିଶାର କଳାବାଘ ସ୍ଥାନ ପାଇବା ନେଇ ‘X’ରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିମିଳିପାଳର ସୌନ୍ଦର୍ଯ୍ୟ କଳାବାଘର ଚିତ୍ର ଦେଖି ଖୁସି ହେଲି । ଶିମିଳିପାଳର ଉଦ୍ଭିଦ ଓ ବନ୍ୟଜନ୍ତୁ ଭୂଦେବୀଙ୍କ ଆଶୀର୍ବାଦ । ଶିମିଳିପାଳ ସର୍ବଦା ଫଟୋଗ୍ରାଫର, ପ୍ରକୃତିପ୍ରେମୀଙ୍କ ପାଇଁ ଆକର୍ଷଣୀୟ । ପତ୍ରିକାରେ ଆଲେଖ୍ୟ ଓ ଫଟୋ ପାଇଁ ପ୍ରସେନଜିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେପଟେ ନ୍ୟାସନାଲ ଜିଓଗ୍ରାଫିକ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇବା ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରି ନବୀନ କହିଛନ୍ତି, ପତ୍ରିକାର ଅକ୍ଟୋବର ସଂସ୍କରଣରେ ସ୍ଥାନ ପାଇଛି କଳାବାଘ ଫଟୋ। ଏହା ଓଡ଼ିଶା ପାଇଁ ଗର୍ବ କରିବାର ମୁହୂର୍ତ୍ତ। ଫଟୋଗ୍ରାଫର ଓ ପ୍ରାବନ୍ଧିକ ପ୍ରସେନଜିତ ଯାଦବଙ୍କୁ ଏନେଇ ସେ ଶୁଭେଚ୍ଛା ଜଣାଇଛନ୍ତି। କଳାବାଘ’ର ଖୁବ ସୁନ୍ଦର ଫଟୋ ଉଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟାନୟକ।