ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମହିଳାଙ୍କ ପାଇଁ ଦେଲା ବଡ଼ ଉପହାର : ୫ବର୍ଷ ମାତୃତ୍ୱ ଛୁଟି

ଗାଡି ନର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରଙ୍କ ପାଇଁ ନୂଆ ନିୟମ ଜାରି ରହିଛି । ମହୀନ୍ଦ୍ରା ର ଏହି ନୁଆ ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୁଆ ନିୟମରେ ମାତୃତ୍ୱ ଛୁଟି ବାବଦରେ ୫ବର୍ଷ ଛୁଟି ମିଳିବ । ଏହି ନିୟମକୁ କମ୍ପାନୀ ‘କ୍ୟାରିୟର ଆଣ୍ଡ କେୟାର’ ଯୋଜନାରେ ନାମିତ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଜଡିତ ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ ।

କମ୍ପାନୀର ମାନବ ସମ୍ବଳ ମୁଖ୍ୟ ରୁଜେହ ଇରାନୀ କହିଛନ୍ତି କି, ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବା ସରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି ସେମାନଙ୍କୁ ଏହି ନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଯିବ ।

ନୂଆ ମାତୃତ୍ୱ ଛଟି ନୀତିରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ୬ ମାସର ନମନୀୟ କାର୍ଯ୍ୟ ବିକଳ୍ପ ଓ ଏବଂ ୨୪ ମାସର ହାଇବ୍ରିଡ କାର୍ଯ୍ୟ ବିକଳ୍ପ ଦିଆଯାଇଛି । ଛୁଟି ସରିବା ପରେ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୨୬ ସପ୍ତାହ ମାତୃତ୍ୱ ଛୁଟି ଉପଲବ୍ଧ ହେବ । ଏହା ସହ ମହିଳା କର୍ମଚାରୀଙ୍କୁ ସପ୍ତାହର ଆବଶ୍ୟକ ମାତୃତ୍ୱ ଛଟି ମଧ୍ୟ ଦିଆଯିବ । ଏହାସହ କମ୍ପାନୀ ତରଫରୁ ଏନେଇ ଏକ ସେଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ପୁରା ୫ବର୍ଷର ଯାତ୍ରାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଧୀନରେ ପ୍ରସବ ପୂର୍ବରୁ ଗୋଟିଏ ବର୍ଷ, ମାତୃତ୍ୱ ସମୟରେ ଏକ ବର୍ଷ ଓ ମା’ ହେବାର ୩ ବର୍ଷ ପରେ ଏହି ବୀମାରାଶି ପ୍ରଦାନ କରାଯିବ ।

ଏହାସହ ନୂଆ ମାତୃତ୍ୱ ନିୟମରେ ଆଇଭିଏଫ୍ ଚିକିତ୍ସା ଖର୍ଚ୍ଚରେ ୭୫ ପ୍ରତିଶତ ରିହାତି, ଦୈନିକ ପରିବହନ ସୁବିଧା ଏବଂ ଗର୍ଭାବସ୍ଥାର ଶେଷ ତୈମାସିକରେ ପ୍ରିମିୟମ ଇକୋନୋମି କିମ୍ବା ବିଜନେଓ କ୍ଲାସ ଯାତ୍ରାର ସୁବିଧା ମଧ୍ୟ କମ୍ପାନୀ ଉପଲବ୍ଧ କରାଇବ ।