ମହାଲିଙ୍ଗ ହତ୍ୟା ଘଟଣା: ମହାଲିଙ୍ଗରେ ତଦନ୍ତ ପାଇଁ ପହଞ୍ଚଛନ୍ତି ଡିଆଇଜି ଏବଂ ଏସପି

ବଲାଙ୍ଗିର : ମହାଲିଙ୍ଗରେ ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣାରେ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଏବଂ ଏସପି । ମମିତାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସ୍ଥାନର ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଆଇଜି ଏବଂ ଏସପି । ଅନ୍ୟପଟେ ଜାତୀୟ ମହିଳା କମିଶନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ମମିତା ହତ୍ୟା ମାମଲାରେ ଅନେକ ମନ୍ତ୍ରୀଙ୍କ ନାମ ଆସୁଛି । ମମିତା ହତ୍ୟାର ତଦନ୍ତ ନସିରିବା ପର୍ଯ୍ୟନ୍ତ ମନ୍ତ୍ରୀ ଇସ୍ତପା ଦେବା ଦରକାର ଓ ଅନେକ ସମୟରେ ମନ୍ତ୍ରୀ ମାନଙ୍କ ଚାପରେ ନିରପେକ୍ଷ ତଦନ୍ତ ହୋଇପାରେ ନାହିଁ । ତେଣୁ ଏହି ସମ୍ବେଦନଶୀଳ ବିଷୟ ଉପରେ ନିରପେକ୍ଷ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଚିଠି ଲେଖିଛନ୍ତି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ।