ଖୁବଶୀଘ୍ର ଆସିବ ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍

ନିର୍ମାଣ ହେବ ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍

(ମୁମ୍ବାଇ) : ନିର୍ମାଣ ହେବ ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ବାୟୋପିକ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ଅଭିନେତ୍ରୀଙ୍କ ଭଉଣୀ ମଧୁର ଭୂଷଣ କରିଛନ୍ତି। ଅଭିନେତ୍ରୀ କିଶୋର କୁମାରଙ୍କୁ ବିବାହ କରିଥିଲେ। କୁହାଯାଏ, ବିବାହ ପରେ ମଧୁବାଲାଙ୍କ ଅସୁସ୍ଥତା ସମୟରେ କିଶୋର ତାଙ୍କୁ ସମ୍ପୂର୍ଣ୍ଣ ଏକୁଟିଆ ଛାଡି ଦେଇଥିଲେ। ଏଥି ସହିତ କିଶୋର କୁମାରଙ୍କୁ ବିବାହ କରିବା ପୂର୍ବରୁ ମଧୁବାଲା ଅଭିନେତା ଦିଲୀପ କୁମାରଙ୍କ ସହ ରିଲେସନସିପରେ ଥିଲେ।

ମଧୁରଙ୍କ ଅନୁଯାୟୀ, ମଧୁବାଲାଙ୍କ ବ୍ୟକ୍ତିଗତ ଜୀବନ ଯଥା ଦିଲୀପ କୁମାରଙ୍କ ସହ ଆଫେୟାର ଏବଂ କିଶୋର କୁମାରଙ୍କ ସହ ସମ୍ପର୍କ ବିଷୟରେ ବାୟୋପିକରେ ଦେଖାଯିବ ନାହିଁ। ତେବେ ମଧୁରଙ୍କ ଖୁଲାସା ପରେ ଏହା ସ୍ପଷ୍ଟ ହୋଇଛି ଯେ ଅଭିନେତ୍ରୀଙ୍କ ବାୟୋପିକରେ ଦିଲୀପ କୁମାର ଏବଂ କିଶୋର କୁମାରଙ୍କ ସହ ଜଡିତ ଘଟଣା ଉଲ୍ଲେଖ ହେବ ନାହିଁ।

 

ମଧୁର ଆହୁରି କହିଛନ୍ତି, ‘ମଧୁବାଲାଙ୍କ କାହାଣୀ କହିବାବେଳେ ଆମେ କାହାକୁ ଆଘାତ କରିବାକୁ ଚାହୁଁନାହୁଁ। ଦିଲୀପ କୁମାର ଏବଂ କିଶୋର କୁମାରଙ୍କ ସହ ମଧୁବାଲା କିପରି ଜଡିତ ଥିଲେ ତାହା ଭିତରକୁ ଯିବାକୁ ଚାହୁଁ ନାହୁଁ, କାରଣ ସେମାନଙ୍କର ବି ପରିବାର ଓ ପିଲାଛୁଆ ଅଛନ୍ତି।’‘ପ୍ରତ୍ୟେକ ସମ୍ପର୍କରେ ଦୁଃଖ-ସୁଖ ରହିଛି। ଯେପରି ଆମେ ଚାହୁଁନାହୁଁ ଆମ ବାପାମାଙ୍କ ବିଷୟରେ କେହି କିଛି କୁହନ୍ତୁ ନାହିଁ, ସେହିଭଳି ଦିଲୀପ କୁମାର ଏବଂ କିଶୋର କୁମାରଙ୍କ ପରିବାର ମଧ୍ୟ ଚାହାଁନ୍ତି ନାହିଁ ସେମାନଙ୍କ ଅତୀତ ସହିତ ଜଡିତ କିଛି କଥା କେହି କୁହନ୍ତୁ, ଯାହା କଷ୍ଟଦାୟକ।