ଧନଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବିଷମକଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମକଟକ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ଠାରେ ଧନଲକ୍ଷ୍ମୀ ପୂଜା ପାଳନ କରିବା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ଏହି ପୂଜା ଆସନ୍ତା ଡିସେମ୍ବର ୧୩ତାରିଖରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପୂଜକ ରାମଚନ୍ଦ୍ର ରଥଙ୍କ ପୌରହିତ୍ୟରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି ଅବସରରେ ପୂଜା କମିଟିର ସଦସ୍ୟ ଅଶ୍ବିନୀ ରାଉତ, ଅଞ୍ଜନ ସାହୁ, କୁଞ୍ଜ ରାଉତ, ଭି.ଗୋପୀ, ତପନ ମହାନ୍ତି, ମାନସ ପଟ୍ଟନାୟକ, ଅଶ୍ବିନୀ ସେଠୀ, ହର ପଟ୍ଟନାୟକ, ରିଣ୍ଟୁ ଗନ୍ତାୟତ, ବାପୁନ ମହାପାତ୍ର, ରିଣ୍ଟୁ ପାତ୍ର, ମନୋଜଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହ ବିଷମକଟକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସବୁବର୍ଷ ଭଳି ଚଳିତ ବର୍ଷ ମା’ ଙ୍କ ମୃଣ୍ମୟୀ ମୂର୍ତ୍ତି କୁ ଭବ୍ୟ ଓ ଆକର୍ଷିତ କରିପାରିବା ସହ ସୁନ୍ଦର ତୋରଣ ଏବଂ ଆଲୋକମାଳାରେ ପୂଜା ମଣ୍ଡପକୁ ସୁସଜ୍ଜିତ କରାଯିବାର ବ୍ୟବସ୍ଥା କରାଯାଇଛି । ପୂଜା ଅବସରରେ ପ୍ରତେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।