ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ଜସବିନ୍ଦର ସିଂହ ମୁଲତାନିକୁ ଜେରା କରିବାକୁ ଏନଆଇଏ ଯିବ ଜର୍ମାନୀ ।ଏନଆଇଏ ଅଧିକାରୀଙ୍କ ସୂଚନା ମୁତାବକ ମୁଲତାନି ଓ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଭାରତୀୟ ଦଣ୍ଡାଦେଶରେ ମାମଲା ରୁଜୁ କଲାପରେ ମୁଲତାନିକୁ ଯଥାଶୀଘ୍ର ଭାରତ ଆଣିବାକୁ ଚେଷ୍ଟା କରାଯିବ। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏନଆଇଏକୁ ହସ୍ତାନ୍ତର କରିଛନ୍ତି ଲୁଧିଆନା ବିସ୍ଫୋରଣ ମାମଲା। ନିକଟରେ ଜର୍ମାନୀ ପୋଲିସ ଦ୍ୱାରା ଗିରଫ ହୋଇ ବେଲରେ ମୁକୁଳି ଥିଲା ମୁଲତାନି ।
ଜସବିନ୍ଦର ସିଂ ମୁଲତାନି ଆତଙ୍କବାଦୀ ‘ସଙ୍ଗଠନ ଶିଖ ଫର ଜଷ୍ଟିସ’ର ହେଉଛି ଏକ ସଦସ୍ୟ। ଭାରତରେ ଆଗକୁ ଆହୁରି ଆତଙ୍କବାଦୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରୁଥିଲା ବୋଲି ବିଶେଷ ସୂତ୍ରରୁ ମିଳିଛି ଖବର। ଏହାସହ ଖାଲିସ୍ଥାନୀଙ୍କ ଟାର୍ଗେଟ ଭାରତ ଉପରେ ଥିବାରୁ ଏଜେନ୍ସିର ରହିବ କଡା ନଜର ।