ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ସୁପରଜାଏଣ୍ଟ୍‌ସ କଡ଼ା ଟକ୍କର, ଲକ୍ଷ୍ନୌକୁ ଦିଲ୍ଲୀର ଚ୍ୟାଲେଞ୍ଜ

ମୁମ୍ବାଇ: ଆଜି ଆଇପିଏଲ୍‌ର ୧୫ତମ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ସୁପରଜାଏଣ୍ଟ୍‌ସଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର। ଆଜି ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇର ଡି.ଓ୍ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଚଳିତ ସିଜନରେ ସୁପରଜାଏଣ୍ଟ୍‌ସ ୩ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ହାତେଇଛି ।ଲକ୍ଷ୍ନୌ ସୁପର ସୁପରଜାଏଣ୍ଟ୍‌ସ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ।

ସୁପରଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ହେଲେ ଏହା ପରେ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟର ଖାତା ଖୋଲିଥିଲା ।ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବ୍ୟାକ ଟୁ ବ୍ୟାକ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଲକ୍ଷ୍ନୌ ଦଳରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିକ୍ସ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ଡେଥ୍‌ ଓଭର ବୋଲିଂ ବଳରେ ଦଳର ବିଜୟ ସହଜ ହୋଇଛି । ଅଭେଶ ଖାନ ଓ ଜାସନ ହୋଲ୍ଡରଙ୍କ ଘାତକ ବୋଲିଂ ଜାରି ରହିଛି । । ସୁପରଜାଏଣ୍ଟ୍‌ସର ବ୍ୟାଟିଂ ବିଭାଗ ମଧ୍ୟ ଉନ୍ନତ ରହିଛି । ତେଣୁ ଲକ୍ଷ୍ନୌ ସୁପର ସୁପରଜାଏଣ୍ଟ୍‌ ଦଳ ଅଧିକ ସୁଦୃଢ ହେବ ।

ଅନ୍ୟପକ୍ଷେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ନିଜର ତ୍ରୁଟି ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି । ବୋଲିଂ ବିଭାଗରେ ବିଭିନ୍ନତା ରହିଥିଲେ ହେଁ ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ଦଳ ବିଫଳ ହୋଇଛି ଦଳ । ସେହିଭଳି ବ୍ୟାଟିଂ ବିଭାଗରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ ହେବ। ଫଳରେ ଦିଲ୍ଲୀ ପୁଣି ଥରେ ବିଜୟ ଧାରାକୁ ଫେରିବ ।