୧୮ ରନରେ ହାରିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ : ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନରେ ବେଙ୍ଗାଲୁରୁ

ମୁମ୍ବାଇ : ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଛି।  ଏହି ବିଜୟ ସହିତ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ଲକ୍ଷ୍ନୌ ଚତୁର୍ଥ ସ୍ଥାନକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଫାଫ ଡୁପ୍ଲେସିସଙ୍କ ୯୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଛି।

କୃଣାଲ ପାଣ୍ଡ୍ୟା ୪୨ ରନ ଏବଂ କେଏଲ ରାହୁଲ ୩୦ ରନ କରିଥିଲେ।  ବେଙ୍ଗାଲୁରୁ ପକ୍ଷରୁ ଜୋସ ହେଜେଲଉଡ ୨୫ ରନ ଦେଇ ୪ ଓ୍ଵିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଲକ୍ଷ୍ନୌର କୌଣସି ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବିଶେଷ କରି ଶେଷ ଆଡକୁ ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରିନପାରିବା କାରଣରୁ ମ୍ୟାଚ୍‌ ହାରିବାକୁ ପଡିଛି।