ଧର୍ମ ପାଇଁ ପ୍ରେମର ହତ୍ୟା

ଉତ୍ତରପ୍ରଦେଶ:ଧର୍ମ ଆଉ ପ୍ରେମ ଯେପରି ଟଙ୍କା ର ଦୁଇ ପାର୍ଶ୍ଵ । ପ୍ରେମ ପାଇଁ ଲୋକ କିଛି ଭି ବଳିଦାନ ଦେଇ ପାରନ୍ତି । କିନ୍ତୁ କେବେ ଧର୍ମ କୁ ଆଗରେ ରଖି ପ୍ରେମକୁ ବଳି ପକେଇବା ହୁଏ ତ ଆପଣ କେବେ ଶୁଣି ନଥିବେ । ଦର୍ଶକବନ୍ଧୁ ଆମେ ଏପରି ଏକ ରୋମ ଟା ଙ୍କୁରା କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଙ୍କ ଦେହ ଥରି ଉଠିବ । ଧର୍ମ ନାମରେ ପ୍ରେମ ର ହତ୍ୟା ଆପଣ କେବେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ ।

ତେବେ ଏହି ଘଟଣାଟି ହେଉଛି ଲଷ୍ନୋର ଡୁବଗା ଅଞ୍ଚଳର । ଗତ ମଙ୍ଗଳବାର ଅତି ନିର୍ମମ ଭାବେ ନିଧି ଗୁପ୍ତା ନାମକ ଯୁବତୀଙ୍କୁ ଚତୁର୍ଥ ମହାଲାରୁ ଉପରୁ ଠେଲି ହତ୍ୟା କରିଛନ୍ତି ଯୁବକ ସୁଫିଆନ । ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକରେ ଥିଲା । ସୁଫିଆନା ନିଧିଙ୍କୁ ବିବାହ କରିବାକୁ ଚାହୁଁଥିଲେ ।କିନ୍ତୁ ଏହି ବିବାହ ପାଇଁ ଶର୍ତ୍ତ ରଖିଥିଲେ ସୁଫିୟାନା । ସେ ତାଙ୍କ ପ୍ରେମିକା ନିଧିଙ୍କୁ ତାଙ୍କର ଧର୍ମ ପରତ୍ତର୍୍ନ କରିବାକୁ ବାଧ୍ୟ କରିଥିଲେ । ମୁସଲମାନ ରୀତିନୀତି ଅନୁଯାୟୀ, ସୁଫିଆନା ନିଧିଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ନିଧି ଏହାକୁ ବିରୋଧ କରୁଥିଲେ ।

ତେବେ ପୋଲିସ କହିବା ମୁତାବକ, ପ୍ରେମିକ ସୁଫିଆନ କିଛି ଦିନ ପୂର୍ବରୁ ଏକ ମୋବାଇଲ ଫୋନ ଉପହାର ଦେଇଥିଲା ପ୍ରେମିକା ନିଧିକୁ । ସେହି ମୋବାଇରେ ସୁଫିୟାନା ନିଧିକୁ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ବାଧ୍ୟ କରୁଥିବାର କିଛି ରେକଡିଂ ଥିଲା ।

କିନ୍ତୁ ନିଧିଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ଏ ନେଇ ନିଧିଙ୍କ ପରିବାର ସଦସ୍ୟ ସୁଫିୟାନ ଘରକୁ ଯାଇଥିଲେ । ଯେଉଁଠାରେ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଏହି ସମୟରେ ନିଧି ଛାତ ଉପରକୁ ଯାଇଥିଲେ ।ନିଧିଙ୍କ ପଛେ ପଛେ ପ୍ରେମିକ ସୁଫିୟାନ ମଧ୍ୟ ଛାତ ଉପରକୁ ଯାଇଥିଲା । କିଛିି ସମୟ ପରେ ଚତୁର୍ଥ ମହଲାରୁ ନିଧିଙ୍କ ଚିତ୍କାର ଶୁଣଯାଇଥିଲା । ପରିବାର ସଦସ୍ୟ ଦେଖିଲା ବେଳକୁ ଝିଅ ରକ୍ତଜୁଡୁବୁଡୁ ହୋଇ ତଳେ ପଡିଥିଲା । ତେବେ ଗୁରୁତର ଅବସ୍ଥାରେ ନିଧିକୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଖାନାରେ ଯୁବତିଙ୍କ ମୃତ୍୍ୟୁ ହୋଇଥିଲା ।

ତେବେ ନିଧିିଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ, ନିଧିକୁ ଛାତ ଉପରୁ ତଳକୁୁ ଠେଲି ଦେଇଛି ସୁଫିଆନା । ପୀଡିତାଙ୍କ ପରିବାର ସଦସ୍ୟ ଯୁବକ ସୁଫିଆନାଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ରୁଜୁ କରାଇଛନ୍ତି ।ତେବେ ଡୁବଗା ଇନ୍ସପେକ୍ଟର ସୁଖବୀର ସିଂ ଭଦୋରିଅ କହିବା ମୁତାବକ , ବର୍ତ୍ତମାନ ସୁଫିଆନା ତାର ପୁରା ପରିବାର ସହ ଫେରାର ରହିଛି । ଏ ନେଇ ଅଧିକ ତଦନ୍ତ ନିମନ୍ତେ ତିନୋଟି ପୋଲିସ ଟିମ୍ ଗଠନ କରାଯାଇଛି ।

ତେବେ ସମଜାରେ ବର୍ତ୍ତାମାନ ଯୁବପିଢୀ ପ୍ରେମ ବିବାହକୁ ବେଶ ପସନ୍ଦ କରୁଛନ୍ତି । କିନ୍ତୁ ପ୍ରେମ ପରେ ବିବାହ ଯାଏ କଥା ଆସିବା ବେଳେକୁ ବିଭିନ୍ନ ସମସ୍ୟ ସୃଷ୍ଟି ହେଉଛି ।ଏମିତି ହତ୍ୟା କରିବାକୁ ବି ପଛାଉନାହଁନ୍ତି । ତେବେ ପ୍ରଥମେ ପ୍ରେମ ଏବଂ ପରେ ବିବାହ କେତେ ମାତ୍ରାରେ ଠିକ । ଏବେ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ?