ରଣ କ୍ଷେତ୍ର ପାଲଟିଲା ଲାଇଭ୍ ଟିଭି ଶୋ ; ବିଆରଏସ୍ , ବିଜେପି ମରାମରି

ଲାଇଭ୍ ଟିଭି ଶୋରେ ଆକ୍ରମଣ
ବିତର୍କ ପାଲଟିଲା ରଣକ୍ଷେତ୍ର
ନିଜ ପଦ ମର୍ଯ୍ୟାଦା ଭୁଲିଗଲେ ବିଧାୟକ
ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ସହିତ ଲାଗିଲା ମାରପିଟ୍
ଅପ୍ରୀତିକର ପରିସ୍ଥିତିକୁ ଦେଖୁଥିଲେ ଲୋକ
ଖୋଲା ମଂଚରେ ଚାଲିଲା ରାଜନୀତିର ଘୃଣା ଖେଳ

ଖବର ଭିତରେ ନଜର୍ । ଟିକେ ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟ, ଏଠାରେ କୁସ୍ତୀ କି କିକ୍ ବକ୍ସିଂ ଖେଳ ହେଉ ନାହିଁ । ଖୋଲା ମଂଚରେ ଚାଲିଛି, ରାଜନୀତିର ଘୃଣା ଖେଳ । ଲାଇଭ୍ ଟିଭି ଶୋ ରଣକ୍ଷେତ୍ର ପାଲଟିଛି । ଖୋଲା ଖୋଲି ଲଢୁଛନ୍ତି , ବିଆରଏସ୍ ଜଣେ ବିଧାୟକ ଓ ତାଙ୍କ ବିଜେପି ପ୍ରତିଦ୍ୱନ୍ଦୀ । ବିତର୍କ ସ୍ଥଳରେ ପୁଲିସ ବି ଅଛି । ହଁ, ଆଉ ପୁଲିସ ଯଦି ନଥାନ୍ତା, ଘଟିଥାନ୍ତା ମହାଭାରତ । ଏକ ତେଲଗୁ ନ୍ୟୁଜ ଚ୍ୟାନେଲରେ ପ୍ରସ୍ତୁତ ହୋଇଥିଲା, ବିତର୍କ ପାଇଁ ଏହି ଖୋଲା ମଂଚ । ନଭେମ୍ବର ୩୦ ତାରିଖରେ ତେଲଙ୍ଗାନା ବିଧାନସଭା ଭୋଟ୍ ପାଇଁ, ଶୋରେ ଲୋକଙ୍କ ଭିଡ ଜମି ଥିଲା । ବିତର୍କରେ ମୁହାଁମୁହିଁ ହୋଇଥିଲେ, ହାଇଦ୍ରାବାଦ, କୁତବୁଲ୍ଲୁପୁର ବିଧାନସଭା କ୍ଷେତ୍ରରୁ ବିଆର୍ଏସ୍ର ବିଧାୟକ କେପି ବିବେକାନନ୍ଦ ଓ ବିଜେପି ପ୍ରାର୍ଥୀ କୁନା ଶ୍ରୀ ଶୈଳମ୍ ଗୌଡ । ଗୌଡଙ୍କ ପ୍ରଶ୍ନର ଉତର ଦେଇ ନ ପାରି ତାଙ୍କ ଉପରେ ଆକ୍ରମଣ କରିଥିଲେ କେପି ବିବେକାନନ୍ଦ । ବେକ ଷଣ୍ଢା ଧରି ଭୟଭୀତ କରାଇଥିଲେ । ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ଏଭଳି ଆଚରଣ ଲାଇଭ ଶୋରେ ଦେଖୁଥିଲେ ଦର୍ଶକ । ତେଲେଙ୍ଗାନା ବିଜେପି ସଭାପତି ତଥା କେଂଦ୍ରମଂତ୍ରୀ ଜି .କିଶାନ ରେଡ୍ଡି ଅଭିଯୋଗ କରିଛନ୍ତି, କେ.ପି ବିବେକାନନ୍ଦ କୁନାଙ୍କ ଉପରେ ଆକ୍ରମଣ କରିଛନ୍ତି । ଏଭଳି ଘଟଣାରେ ପୁଲିସ ବିଆରଏସ୍ ବିଧାୟକଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଛି । ଲାଇଭ ଟିଭି ଶୋରେ ଏହା ଲୋକଙ୍କ ପାଇଁ କୌଣସି ନ୍ୟାୟିକ ଲଢାଇ ନୁହେଁ । ନିଜ ପ୍ରଶ୍ନ, ଉତର ଓ ପତିଆରା ପାଇଁ ଲଢେଇ । ଜନ ପ୍ରତିନିଧିଙ୍କ ଆଚରଣ କିନ୍ତୁ ଦେଖୁଛନ୍ତି ଲୋକ । ଏହାର ପ୍ରଭାବ କଣ ପଡିବ, ଭୋଟ୍ ଗଣତି ପରେ ହିଁ ଜଣା ପଡିବ ।