ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବହଳଦା ବ୍ଲକ ଅଁଳାଯୋଡି ପଞ୍ଚାୟତ ତିଖିଆ ଗ୍ରାମରେ ବଜ୍ରାଘାତରେ ଦୁଇଟି ଗାଈ ଗୋଟିଏ ବଳଦର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଲକ୍ଷ୍ମୀଧର ମହାନ୍ତଙ୍କ ଦୁଇଟି ଗାଈ ଗୋଟିଏ ବଳଦ ବାଉଁଶ ନଟାରେ ବନ୍ଦା ହୋଇଥିଲା ହଠାତ୍ ମେଘ ମାଡିଆସି ବର୍ଷା ଘଡ଼ଘଡ଼ି ହୋଇ ବିଜୁଳି ଆମ୍ବ ଗଛରେ ମାରିବାରୁ ତାର ଆହୁଲାରେ ଦୁଇ ଗାଈ ଗୋଟିଏ ବଳଦର ମୃତ୍ୟୁ ହୋଇଛି । ଲକ୍ଷ୍ମୀଧର ମହାନ୍ତ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସେ ସରକାରଙ୍କୁ କ୍ଷତି ପୁରଣ ପାଇଁ ନିବେଦନ କରିଛନ୍ତି।