ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ସତ କହିଦେଲେ ଜ୍ୟୋତି ! ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କ ସହ ରହିଛି ସମ୍ପର୍କ। ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏହା ମାନିଥିବା ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର ତତକାଳୀନ କର୍ମକର୍ତ୍ତା ଡାନିସଙ୍କ ସହ ତାଙ୍କର ସମ୍ପର୍କ ଥିବା ସେ ସୂଚନା ଦେଇଛନ୍ତି। ଅପରେସନ ସିନ୍ଦୂର ପରେ ଗତ ମେ ୧୩ରେ ଡାନିସଙ୍କୁ ବହିଷ୍କାର କରାଯାଇଥିଲା। ଜ୍ୟୋତିଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି କୋଲକାତାର ୟୁଟ୍ୟୁବର ସୌମିତ ଭଟ୍ଟାଚାର୍ୟ୍ୟ। ସେ କହିଛନ୍ତି- ଜ୍ୟୋତିଙ୍କୁ ସେ ଏନେଇ ସନ୍ଦେହ କରିପାରୁନାହାନ୍ତି। ୨୦୨୩ରେ ପ୍ରଥମ ଥର ଲାଗି ଡାନିସଙ୍କ ସହ ଯୋଗାଯୋଗରେ ଆସିଥିଲେ ଜ୍ୟୋତି। ପାକିସ୍ତାନକୁ ଯିବା ସକାଶେ ଭିସା ଲାଗି ସେ ଡାନିସଙ୍କୁ ଯୋଗାଯୋଗ କରିଥିବା ଜ୍ୟୋତି କହିଥିବା ସୂଚନା ମିଳିଛି।