କୂଅରେ ପଡି ଗଲା ଜୀବନ

ଜୁନାଗଡ଼ / ବ୍ୟମୋ କେଶ୍ ପୁରୋହିତ : ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମ ଠାରେ ଅଘଟଣ ଘଟିଛି। ଜଣେ ବ୍ୟକ୍ତି କୌଣସି କାରଣରୁ କୂଅରେ ପଡି ମୃତ୍ୟୁ ବରଣ କରିଛନ୍ତି।
ସୂଚନା ଅନୁସାରେ ଗୁରୁବାର ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମର ଏକ କୂଅରେ ସେହି ଗ୍ରାମର ଗଙ୍ଗାଧର ଭୋଇକୌଣସି କାରଣରୁ ପଡି ଯାଇଥିଲେ। ଏନେଇ ପରିବାର ଲୋକ ଜାଣିବା ପରେ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର ପାଇଁ କଲମପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। କଲମପୁର ଅଗ୍ନିଶମ ବାହିନୀର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଡିସେମ୍ବର ବୁଡେକ, ପବିତ୍ର କୁମାର ବେହେରା, ସରୋଜ କୁମାର ପ୍ରଧାନ, ନିର୍ମଳ ତରିଆ, ଗଜାନନ ମାଝୀ, ନିରଞ୍ଜନ ଦାସ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ରାତି ସାଢେ ୧୦ଟା ବେଳେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିଛନ୍ତି।