ରପ୍ତାନୀ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡିଶାର ସ୍ଥାନ ୧୦ମ

ଦେଶରେ ଥିବା ରପ୍ତାନୀକାରୀ ରାଜ୍ୟଗୁଡିକ ଭିତରେ ଓଡିଶାର ସ୍ଥାନ ରହିଛି ୧୦ । ୨୦୧୯-୨୦ ଓ ୨୦୨୨-୨୩ ମଧ୍ୟରେ ରପ୍ତାନୀରେ ମେଟାଲଜିକାଲ ଉତ୍ପାଦର ଅଂଶ ୪୮ ପ୍ରତିଶତ ଓ ୬୯ ପ୍ରତିଶତ ବଢିଛି । ଅର୍ଥାତ୍ ୨୦୨୦ରୁ ୨୦୨୩ ମଧ୍୍ୟରେ ବୃଦ୍ଧି ପାଇଛି ୨୧ ପ୍ରତିଶତ ରତ୍ପାନୀ । ସର୍ବ ଭାରତୀୟସ୍ତରରେ ୨୦୨୨-୨୩ରେ ହୋଇଥିବା ମୋଟ ରପ୍ତାନୀରେ ରାଜ୍ୟର ଭାଗ ୨.୫ ପ୍ରତିଶତ ରହିଥିବା ଇକୋନୋମିକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ମୁତାବକ ୨୦୧୯-୨୦ ମଧ୍ୟରେ ରାଜ୍ୟର ମୋଟ ରପ୍ତାନୀ ୫୧ ହଜାର କୋଟି ଟଙ୍କା ଥିଲା, ଯାହା ୨୦୨୨-୨୩ରେ ୯୦ ହଜାର କୋଟିକୁ ବୃଦ୍ଧି ପାଇଛି । ଅର୍ଥାତ୍ ୩ ବର୍ଷରେ ରପ୍ତାନୀ ଅଭିବୃଦ୍ଧି ୨୦.୨ ପ୍ରତିଶତ ।
ତେବେ ୨୦୨୧-୨୨ ଓ ୨୦୨୨-୨୩ ମଧ୍ୟରେ ରାଜ୍ୟର ରପ୍ତାନୀ ପରିମାଣ ୩୭ ହଜାର କୋଟି ଟଙ୍କାକୁ ହ୍ରାସ ପାଇଥିଲା । ସେପଟେ ଦେଶର ମୋଟ ରପ୍ତାନୀରେ ଗୁଜୁରାଟର ୩୩.୧ ପ୍ରତିଶତ, ମହାରାଷ୍ଟ୍ରର ୧୬ ପ୍ରତିଶତ ଓ ତାମିଲନାଡୁର ୯ ପ୍ରତିଶତ ଥିଲା । ରାଜ୍ୟର ମୋଟ ରତ୍ପାନୀର ମେଟାଲଜିକାଲ ଉତ୍ପାଦନ ଅଂଶ ସର୍ବାଧିକ ୬୯.୧ ପ୍ରତିଶତ ରହିଥିଲା ବେଳେ ଖଣି ଅଂଶ ୧୫.୨, ଇଞ୍ଜିନିୟରି, କେମିକାଲ ଓ ଏଥିସମ୍ବନ୍ଧିତ ଉତ୍ପାଦଗୁଡିକର ଅଂଶ ୯.୬ ପ୍ରତିଶତ ରହିଥିଲା । ରାଜ୍ୟର କୃଷି ଓ ମତ୍ସ୍ୟ ସମ୍ପଦ ଉତ୍ପାଦର ରପ୍ତାନୀ ବୃଦ୍ଧି କରାଯାଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସେହିପରି ଭୁବନେଶ୍ୱର ବିମାନବନ୍ଦରରେ କାର୍ଗୋ ପରିଚାଳନା ମଧ୍ୟ ବଢାଯିବା ସହ ଏମଏସଏମଇ ପାଇଁ ଉନ୍ନତ ବଜାର ସଂଯୋଗ ସୁବିଧା ଯୋଗାଇ ଦିଆଯିବା ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି ।