ବାରଣାସୀ: ମୋବାଇଲ ଦୋକାନର ନିଆରା ଅଫର ମୋବାଇଲ କିଣିଲେ ପେଟ୍ରୋଲ ଫ୍ରି, ଆଉ ମୋବାଇଲ ଆସେସୋରି କିଣିଲେ ଲେମ୍ବୁ ଫ୍ରି । ଦିନକୁ ଦିନ ଦେଶରେ ପେଟ୍ରୋଲ ଓ ଲେମ୍ବୁ ଦର ବଢିବାରେ ଲାଗିଛି , ଯେଉଁ କାରଣରୁ ସାଧାରଣ ଲୋକ ଚିନ୍ତାରେ ରହୁଛନ୍ତି । ଭୀଷଣ ଗରମ ସହ ଆକାଶ ଛୁଆଁ ଦରକୁ ଧ୍ୟାନରେ ରଖି ମୋବାଇଲ ମାଲିକ ଦେଇଛନ୍ତି ଏପରି ଧମାକାଦାର ଅଫର । ଆଜ୍ଞା ହଁ ଗୋଟିଏ ମୋବାଇଲ କିଣିଲେ ମିଳିବ ୧ ଲିଟର ପେଟ୍ରୋଲ । ଆଉ ଜଦି ଆପଣ କୌଣସି ମୋବାଇଲ ଆସେସୋରିଜ କିଣିଲେ ତ ମିଳିବ ୫ଟି ଲେମ୍ବୁ ସମ୍ପୂର୍ଣ୍ଣ ଫ୍ରି ।
ଏପରି ଅଫର ଆଣିଛନ୍ତି ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାରେ ଜଣେ ମୋବାଇଲ ଦୋକାନ ମାଲିକ । ଏହି ଅଫର ପଇଁ ସେ ଦୋକାନ ବାହାରେ ଆଉ ଭିତରେ ପୋଷ୍ଟର ମାରିରଖିଛନ୍ତି ଯେ ଯଦି କେହି ତାଙ୍କ ଦୋକାନରୁ କିଛିବି ମୋବାଇଲ ଆସୋସୋରିସ ନେବା ତାକୁ ତାହା ସହ ୫ଟି ଲେମ୍ବୁ ଫ୍ରିରେ ମିଳିବ । ଆଉ ଜଦି ଗୋଟିଏ ମୋବାଇଲ କିଣିଲେ ତେବେ ୧ ଲିଟର ପେଟ୍ରୋଲ ଫ୍ରି । ବଢିଚାଲିଥିବା ଦର ବୃଦ୍ଧିକୁ ନଜର ରଖି ମୋବି ୱାଲର୍ଡର ମାଲିକ ନେଇଛନ୍ତି ଏପରି ନିଆରା ନିଷ୍ପତ୍ତି । ଆଉ ସବୁଠୁ ବଡ କଥା ହେଉଛି ଏହି ଅଫର ପରେ ଗ୍ରାହକଙ୍କ ଯୋର ଦାର ଭିଡ ଦେଖିବାକୁ ମିଳିଥିଲା ।