କଂଗ୍ରେସକୁ କଡା ସମାଲୋଚନା କଲେ ଆଇନ ମନ୍ତ୍ରୀ

କଂଗ୍ରେସକୁ କଡା ଭାଷାରେ ସମଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ । ଧ୍ବଂସ ଆଡକୁ ଯାଉଛି କଂଗ୍ରେସ । ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି । କଂଗ୍ରେସ ପକ୍ଷଘାତର ଶିକାର ହୋଇଛି । ଚାଲୁ ପାରୁନି । ଛୋଟ ଛୋଟ ଦଳ ସହ ସିଟ ବୁଝାମଣା କରି ବଂଚିଛି। ଆଜି ଓଡ଼ିଶାରେ ଗୌରବମୟ ଅଧ୍ୟ୍ୟୟ ଆରମ୍ଭ ହୋଇଛି । ଡିଜି ଏବଂ ଆଇଜି କଂଫରେନ୍ସ ପ୍ରଥମ ଥର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସମସ୍ତ ଡିଜି ଆଇଜି ଉପସ୍ଥିତ ଅଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ ସମୟରେ ସମଗ୍ର ଦେଶର ନଜର ଓଡ଼ିଶାରେ ଅଛି । କଂଗ୍ରେସ ଛାମୁଆ ସଂଗଠନ ବାଚାଳାମି ଆରମ୍ଭ କରିଛି । ଯାହା ଦୁର୍ଭାଗ୍ୟଜନକ । କଂଗ୍ରେସ ଜିନରେ ଖରାପ ଗୁଣାବତ୍ତା ପଶିବା ଆରମ୍ଭ କରିଛି । କଂଗ୍ରେସ ସମ୍ପୂର୍ଣ୍ଣ ଦେଶ ବିରୋଧୀ ତତ୍ତ୍ୱ ହେବାକୁ ଆରମ୍ଭ କରିଛି । ବିଦେଶରେ ଯଦି କିଏ ଦେଶ କିମ୍ଭା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହୁଛି । କଂଗ୍ରେସକୁ ସୁହାଉଛି ତାର ଟୀକା ଟିପ୍ପଣୀ ରଖି ଆନ୍ଦୋଳନ ଆରମ୍ଭ କରିଛି ।କଂଗ୍ରେସ ମଧ୍ୟ ବିକାଶ ବିରୋଧୀ । ବିକାଶକୁ ପର୍ୟ୍ୟାୟ କ୍ରମେ ବିରୋଧ କରି ଆସୁଛି । ଜନବିରୋଧୀ କଂଗ୍ରେସ । ଓଡିଶା ବସି ଯେତେବେଳ ପ୍ରଧାନମନ୍ତ୍ରୀଙ୍କୁ ହୃଦୟ ଖୋଲି ସମର୍ଥନ କରୁଛନ୍ତି । ସେତେବେଳେ ଏମାନେ କେମିତି ବିରୋଧ କରୁଛନ୍ତି । ଶୀର୍ଷ ନେତୃତ୍ୱ ନଜର ଦିଅନ୍ତୁ ଛାମୁଆ ସଂଗଠନ ଗୁଡିକ କଣ କରୁଛନ୍ତି ।