ବିବାଦ ଘେରରେ ହ୍ୟୁମାନଙ୍କ ମୃତ୍ୟୁ, ସେପଟେ ବଡ଼ ବୟାନ ଦେଲେ କଣ୍ଠଶିଳ୍ପୀଙ୍କ ଡାକ୍ତର

Human Sagar: ହ୍ୟୁମାନଙ୍କ ସାଗରଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି। ଏ ଭିତରେ ଅନେକ ବିବାଦ ମଧ୍ୟ ଘନେଇବାରେ ଲାଗିଛି । କିନ୍ତୁ ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଣ ରହିଥିଲା ଅସୁସ୍ଥତା । ସେନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡା. ସଞ୍ଜୀବ କର ଦେଇଛନ୍ତି ବଡ଼ ସୂଚନା।

ହ୍ୟୁମାନଙ୍କ ଡାକ୍ତରଙ୍କ କହିବା ଅନୁସାରେ, ମୁଁ ତାଙ୍କୁ କାମ କମ୍‌ କରି ବିଶ୍ରାମ ନେବା ପାଇଁ କହି ଆସିଥିଲି । ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ସେ ମୋ ପାଖକୁ ଆସିଥିଲେ । ଆଲକହଲ୍‌ ସେବନ ପାଇଁ ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ । ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହୁଅନ୍ତି । ତାଙ୍କ ସପୋର୍ଟ ଷ୍ଟାଫ୍‌ ଆଣି ତାଙ୍କୁ ଚିକିତ୍ସା କରାଇ ନିଅନ୍ତି । ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନିଦ୍ରା ପାଇଁ ସମସ୍ୟା ହୋଇଥିଲା । ଥରେ ଲିଭର ସିରୋସିସ୍‌ ହେଲେ ଭଲ ହୁଏନି, ଚିକିତ୍ସା ଭିତରେ ରହିବାକୁ ହୁଏ । ଭଲ ଖାଦ୍ୟ ଖାଇବା, ରାତି ଅନିଦ୍ରା ନ ହେବା, ପୂରା ବିଶ୍ରାମ ଜରୁରୀ । ଚାପ ଭିତରେ ଥିବା ବି ବାରି ହୋଇ ପଡ଼ୁଥିଲା । ୧୨ ତାରିଖରେ ଆଣିଲା ବେଳକୁ ଜ୍ବର ହୋଇଥିଲ, ଯାହା ବହୁତ ଖରାପ । ଧଇଁସଇଁ ଲାଗିବା, ଗୋଡ଼ ଫୁଲିଲେ ବି ସିରୋସିସ୍‌ ଆକ୍ରାନ୍ତଙ୍କ ପାଇଁ ବିପଦ । ସେ ଯାହା ବି ହେଉ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ବହୁତ ଦୁଃଖିତ ବୋଲି କହିଛନ୍ତି ଡା. ସଞ୍ଜୀବ କର ।

ତେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ତାଙ୍କର ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା। ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ।