ସନ୍ଧ୍ୟାରେ ସରୁଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ଚାଲିଛି ଜୋରଦାର କ୍ୟାମ୍ପେନିଂ

ବ୍ରରାଜନଗର: ଆଜି ସନ୍ଧ୍ୟାରେ ସରିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର । ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ କରୁଛନ୍ତି ଜୋରଦାର ଉଦ୍ୟମ। ରାଜ୍ୟର ତିନି ପ୍ରମୁଖ ଦଳର ନେତା ମାରାଥନ ପ୍ରଚାର କରି ଶେଷ ଦିନରେ ଭୋଟରଙ୍କ ମୁଡ ବଦଳାଇବାକୁ ଉଦ୍ୟମ କରିବେ ।

ରାଲି, ରୋଡ ସୋ, ପ୍ରଚାର ସଭା କରି ଭୋଟରଙ୍କ ମନ ଜିଣିବାକୁ ସମସ୍ତ ପ୍ରକାର ରଣକୌଶଳ ଆପଣେଇବେ ପ୍ରାର୍ଥୀ ଓ ରାଜନେତା ।ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତି, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ହେଭିୱେଟ ନେତାଙ୍କ ସହ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ତେବେ ଆଜି ସଂଧ୍ୟାରୁ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ବ୍ରଜରାଜନଗର ଛାଡିବେ। ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁନ ୪ରେ ଫଳାଫଳ ଆସିବ ବୋଲି ଜଣାପଡିଛି।