ସୁରକ୍ଷା ବାହିନୀ ଦ୍ୱାରା ୪ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ ସଫଳତା ।

(ଜାମ୍ମୁ କାଶ୍ମୀର) : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ ସଫଳତା । ସୁରକ୍ଷା ବାହିନୀ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଦୁଇଟି ଅଲଗା-ଅଲଗା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ୪ ଜଣଙ୍କ ମୃତ୍ୟୁ ହୋଇଛି ।

ସୁରକ୍ଷା ବାହିନୀ ଅବନ୍ତିପୁରାରେ ୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଶ୍ରୀନଗରର ସୌରାରେ ୨ ଜଣ ଲଶ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ହତ୍ୟା କରାଯାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ସେହି ଦୁଇ ଆତଙ୍କବାଦୀ ଅଛନ୍ତି ଯେଉଁମାନେ ଦୁଇ ଦିନ ପୂର୍ବେ ଟିଭି ଅଭିନେତ୍ରୀ ଅମ୍ରିନ୍ ଭଟ୍ଟଙ୍କୁ ହତ୍ୟା କରିଥିଲେ । ସେମାନଙ୍କଠାରୁ ଗୋଟିଏ  AK 56 ରାଇଫଲ, ୪ ମାଗାଜିନ ଏବଂ ଏକ ପିସ୍ତଲ ଉଦ୍ଧାର କରାଯାଇଛି । ୩ ଦିନ ମଧ୍ୟରେ ଘାଟିରେ ୧୦ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି ।

ସୂଚନାନୁଯାୟୀ , ଗତ ତିନି ଦିନ ମଧ୍ୟରେ ମୋଟ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଯେଉଁଥିରେ ୭ ଜଣ ଲଶ୍କର ଆତଙ୍କବାଦୀ ଥିବାବେଳେ ୩ ଜଣ ଜୈଶ-ଇ-ମହମ୍ମଦର ଅଟନ୍ତି । ତେବେ ଅବନ୍ତିପୋରାରେ ନିହତ ହୋଇଥିବା ଉଭୟ ଆତଙ୍କବାଦୀ ହେଉଛନ୍ତି ସ୍ଥାନୀୟ ବାସିନ୍ଦା, ଯିଏକି ସହିଦ ମୁଶତାକ ଭଟ ଏବଂ ଫରହାନ ହବିବ ବୋଲି ଜଣାପଡିଛି ।