ହାଇଦ୍ରାବାଦ : କପୁର ପରିବାରରୁ ମିଳିଲା ଖୁସିର ଖବର । ବଲିଉଡର ଚୁଲୁବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ମା, ହୋଇଛନ୍ତି । ଖବର ଅନୂଯାୟୀ ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଚଏନ୍ ରିଲାଏନ୍ସ ହସ୍ପିଟାଲରେ ଶିଶୁ କନ୍ୟାର ମା, ହୋଇଛନ୍ତି ଆଲିଆ । ବଲିଉଡର ମୋଷ୍ଟ ଲଭିଂ କପଲ ଭାବେ ଜଣାଶୁଣା ରଣବୀର ଓ ଆଲିଆ ବାପା ମାଆ ହେବାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଖୁସି ଖବର ଶୁଣି ଆଲିଆ ଓ ରଣବୀରଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି ।
ଏପର୍ଯ୍ୟନ୍ତ ଆଲିଆ କିମ୍ବା ରଣବୀରଙ୍କ ପକ୍ଷରୁ କୌଣସି ପ୍ରକାରର ସୂଚନା ମିଳିନାହିଁ । ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଚଳିତ ବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ । ତେବେ ବିବାହର ଦୁଇ ମାସ ପରେ ଜୁନ ମାସରେ ହିଁ ଖୁସି ଖବର ଦେଇଥିଲେ ଆଲିଆ । ଏହି ଖବର ଶୁଣିବାପରେ ଆଲିଆଙ୍କ ଖୁସିଖବରକୁ ଚାହିଁ ରହିଥିଲେ ପ୍ରଶଂସକ । ଆଜି ସକାଳ ୭.୩୦ ସମୟରେ ମୁମ୍ବାଇର ଅମ୍ବାନୀ ହସ୍ପିଟାଲରେ ନଜର ଆସିଥିଲେ । ଆଲିଆଙ୍କୁ ମୁମ୍ବାଇର ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଆଲିଆ ଅକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ନେଇ ସୂଚନା ରହିଛି ।