ତଳେ ବସି ଟ୍ରେଲର ଦେଖିଲେ କୀର୍ତ୍ତି
ଟ୍ରେଲର ଲଞ୍ଚ୍ ବେଳେ ଅଭିନେତ୍ରୀ କୀର୍ତ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ୟ୍ୟ, କରିଛି କୀର୍ତ୍ତି ତଳେ ବସିଥିବା ନଜର ଆସିଛି
ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଛି । ବିବାଦ ପରେ ଫିଲ୍ମର ଗ୍ରାଫିକ୍ସକୁ ସୁଧାରିଛନ୍ତି ମେକର୍ସ । ବାହୁବଳୀ ଫେମ ପ୍ରଭାସ ଏଥିରେ ଶ୍ରୀରାମଙ୍କ ଅବତାରରେ ନଜର ଆସିଛି । କୀର୍ତ୍ତି ସେନନ୍ଙ୍କୁ ମା’ ସୀତା ଭୂମିକାରେ ଥିବାବେଳେ ସନ୍ନି ସିଂ ଭରତ ଭୁମିକାରେ ନକର ଆସିଛନ୍ତି ଓ ମରାଠୀ ଅଭିନେତା ଦେବଦତ୍ତ ନାଗେଙ୍କୁ ମହାବଳୀ ହନୁମାନଙ୍କ ଭୂମିକାରେ ଦେଖିବାକୁ ମିଳିଛି। ୩ ମିନିଟ୍ ୧୯ ସେକେଣ୍ଡର ଟ୍ରେଲର ଲୋମଟାଙ୍କୁରା ଅନୁଭୂତି ଦେଇଛିା ସୈଫ୍ ଅଲ୍ଲୀ ଖାନ ରାବଣ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। କିନ୍ତୁ ତାଙ୍କ ଲୁକ୍ସକୁ ସମ୍ପୂର୍ଣ୍ଣ ରିଭିଲ୍ କରାଯାଇନି।

ଟ୍ରେଲର ଲଞ୍ଚ୍ ବେଳେ ଅଭିନେତ୍ରୀ କୀର୍ତ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ୟ୍ୟ କରିଛି। ଟ୍ରେଲର ଲଞ୍ଚ୍ ନେଇ ଫିଲ୍ମର ଷ୍ଟାରକାଷ୍ଟ ହଲ୍ରେ ସିଟ୍ରେ ବସି ଥିବା ଦେଖିବାକୁ ମିଳିଛି। ଇଭେଣ୍ଟରେ ଗୋଟିଏପଟେ ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାରମାନେ ସାମ୍ନା ସିଟ୍ରେ ବସି ଥିବାବେଳେ ଅନ୍ୟପଟେ କୀର୍ତ୍ତି ତଳେ ବସିଥିବା ନଜର ଆସିଛି। ସେଠାରେ ସିଟ୍ ନମିଳିବାରୁ ସେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ସିଟ୍ ସାମ୍ନାକୁ ଆସି ତଳେ ବସିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏତେ ବଡ଼ ଅଭିନେତ୍ରୀ ହୋଇ ମଧ୍ୟ ତଳେ ବସିଥିବାରୁ ନା ତାଙ୍କର କୌଣସି ଅଭିଯୋଗ ଥିଲା ନା ମନରେ ଦୁଃଖ। ବରଂ କୀର୍ତ୍ତିଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା ।