କୋଲକତାରେ ନାଇଟ କର୍ଫ୍ୟୁ ଜାରି
ଦିନକୁ ଦିନ ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ଗାପୂଜା ପରେ ପରେ ଏହି ସଂକ୍ରମଣ ବଢ଼ିବାରେ ଲାଗିଛି ।
(କୋଲକତା) : ଦିନକୁ ଦିନ ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ଗାପୂଜା ପରେ ପରେ ଏହି ସଂକ୍ରମଣ ବଢ଼ିବାରେ ଲାଗିଛି । ସରକାର ପୂଜା ପାର୍ବଣରେ କଡ଼ା କଟକଣା ଲାଗୁ କରିଥିଲେ । ଏହାକୁ ମାନିବା ପାଇଁ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ସହମତି ପ୍ରଦାନ କରିଥିଲେ । ଏପରିକି କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ସମସ୍ତ କଟକଣା ଅନୁପାଳନ କରିଥିଲେ । କିନ୍ତୁ କେତେକ ଅମାନିଆଙ୍କ ଯୋଗୁଁ ଏହି ସଂକ୍ରମଣ ଧାରା ଏବେ ଉପରମୁହାଁ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ବଢ଼ିଲାଣି ।
ସୂଚନାନୁଯାୟୀ , ରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ନାଇଟ୍ କର୍ଫ୍ୟୁ ଲାଗୁ କରିବା, ମାସ୍କ୍ ପିନ୍ଧିବାକୁ ଗୁରୁତ୍ୱ, ହୋଟେଲ୍ ଓ ରେଷ୍ଟ୍ୟୁରାଣ୍ଟ୍ଗୁଡ଼ିକରେ ଭିଡ଼ କମାଇବା, ଅଧିକ ସଂଖ୍ୟାରେ କରୋନା ପରୀକ୍ଷା ଏବଂ ଟିକାକରଣ ତ୍ୱରାନ୍ୱିତ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି । ଜରୁରୀ କାମ ନ ଥିଲେ ରାତି ୧୧ଟା ପରେ ଯିବା ଆସିବା ଉପରେ ରୋକ୍ ଲାଗୁ କରାଯାଇଛି । ଏହି ପ୍ରତିବନ୍ଧକ ସକାଳ ୫ଟା ପର୍ଯ୍ୟନ୍ତ ଚାଲିବ ।