ସିଲିଣ୍ଡରରେ କେତେ ଗ୍ୟାସ୍ ଅଛି ଜାଣିବାର ସହଜ ଉପାୟ

ଯଦି ରୋଷେଇ କରୁଛନ୍ତି ଏବଂ ଅଚାନକ ଆପଣଙ୍କ ଗ୍ୟାସ୍ ସରିଯାଉଛି ତେବେ ଆପଣ କଣ କରିବେ ?

(ଦିଲ୍ଲୀ) : ଯଦି ରୋଷେଇ କରୁଛନ୍ତି ଏବଂ ଅଚାନକ ଆପଣଙ୍କ ଗ୍ୟାସ୍ ସରିଯାଉଛି ତେବେ ଆପଣ କଣ କରିବେ ? ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ଜଣାଇବୁ ଯେଉଁଥିରେ ଆପଣ ସମୟ ପୂର୍ବରୁ ଜାଣିପାରିବେ ଯେ ଆପଣଙ୍କ ସିଲିଣ୍ଡରରେ କେତେ ଗ୍ୟାସ୍ ବଳିଛି ।

ଉପାୟ :-
ପ୍ରଥମେ ଆପଣଙ୍କୁ ଏକ ଓଦା କପଡା ଗ୍ୟାସ୍ ସିଲିଣ୍ଡରରେ ଗୁଡାଇବାକୁ ପଡିବ ଏବଂ ପ୍ରାୟ ୧ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ୧ ମିନିଟ୍ ପରେ କପଡା ହଟାଇ ଦିଅନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ସିଲିଣ୍ଡରରେ ହେଉଥିବା ପରିବର୍ତ୍ତନକୁ ନୋଟିସ୍ କରନ୍ତୁ । ଆପଣଙ୍କୁ ଦେଖାଯିବ ଯେ ସିଲିଣ୍ଡରର କିଛି ଅଂଶ ଶୁଖିଯାଇଛି ଏବଂ କିଛି ଅଂଶ ଓଦା ଅଛି । ଏମିତି ହେବାର କାରଣ ସିଲିଣ୍ଡରର ଖାଲି ଅଂଶ ଗରମ ରହିଥାଏ ଏବଂ ପାଣି ଶୋଷିଦିଏ । ଯଦିଓ ସିଲିଣ୍ଡରର ଯେଉଁ ଅଂଶରେ ଗ୍ୟାସ୍ ଭରି ରହିଥାଏ ସେହି ସ୍ଥାନ ଥଣ୍ଡା ଥାଏ ଏବଂ ପାଣି ଶୁଖିବା ପାଇଁ ସମୟ ଲାଗିଥାଏ ।