ଏସିଆ କପ ପୂର୍ବରୁ ଟିମକୁ ବଡ ଝଟକା । ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି କେଏଲ ରାହୁଲ । ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ ଖେଳି ନପାରନ୍ତି କେଏଲ ରାହୁଲ । ଏନେଇ ସୂଚନା ଦେଇଛନ୍ତି ଟିମର କୋଚ ରାହୁଲ ଦ୍ରାବିଡ ।
ବେଙ୍ଗାଲୁର ଅଲୁରରେ ଚାଲିଥିବା ଏସିଆ କପରେ ଚାଲିଥିବା କ୍ୟାମ୍ପ ସମୟରେ ରାହୁଳ ଦ୍ରାବିଡ କହିଛନ୍ତି । କେଏଲ ରାହୁଲ ପ୍ରତମ ଦୁଇଟି ମ୍ୟାଚ ଖେଳିବେନି । ପାକିସ୍ତାନ ଏବଂ ନେପାଳ ବିପକ୍ଷରେ ହେବାକୁ ଥିବା ୨ ସେପ୍ଟେମ୍ବର ଓ ୪ ସେପ୍ଟେମ୍ବର ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ ।
କେଏଲ ରାହୁଲଙ୍କ ଆଘାତଜନିତ ସମସ୍ୟା ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ଏସିଆ କପ ଟ୍ରେନିଂ କ୍ୟାମ୍ପରେ ସାମିଲ ରହିଥିବା ବେଳେ ଲଗାତାର ପ୍ରାକ୍ଟିସ ମଧ୍ୟ କରୁଛନ୍ତି । କିନ୍ତୁ ଖେଳ ବେଳେ ତାଙ୍କ ପ୍ରଦର୍ଶନ ଭଲ ଦେଖାଯାଉନାହିଁ । କେଏଲ ରାହୁଲ ଟିମରୁ ବାଦ୍ ପଡିଲେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଓ୍ଵିକେଟ କିପିଂ କରିବାକୁ ପଡିପାରେ । ଈଶାନ ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି ନଚେତ ସଞ୍ଜୁ ସାମସନଙ୍କୁ ମଉକା ମିଳିପାରେ ।