ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦେବା ଦେବୀଙ୍କ ରୁପରେ ନଗର ପରିକ୍ରମା କରିଥିବା ଦେଖାଯାଇଛି

ସାରା ରାଜ୍ୟରେ ପବିତ୍ର ଜନ୍ମାଷ୍ଟମୀ ଧୁମଧାମରେ ପାଳିନ କରାଯାଉଥିବା ବେଳେ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଦେବା ଦେବୀଙ୍କ ରୁପରେ ନଗର ପରିକ୍ରମା କରିଥିବା ଦେଖାଯାଇଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଅନ୍ତର୍ଗତ ରେଙ୍ଗାଳବେଡା ଶିଶୁ ମନ୍ଦିର ଛାତ୍ର ଛାତ୍ରୀଙ୍କୁ ଶ୍ରୀକୃଷ୍ଣ,ରାଧା,ଗୋପାଳପୁଅ, ରୁପେ ନିଜକୁ ସଜେଇ ହୋଇ  ଗ୍ରାମ ପରିଭ୍ରମଣରେ ବାହାରିଥିଲେ ଗ୍ରାମ ପରିକ୍ରମଣ ସମୟରେ ଗ୍ରାମବାସୀ ମାନେ ଛୋଟ ଛୋଟ ଶିଶୁ ମାନେ  ଧରିଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଫୋଟ ଚିତ୍ରକୁ  ପୂଜାର୍ଚ୍ଚନା କରିଵା ସହିତ ବିସ୍କୁଟ ଓ ଚକଲେଟ ଓ ଦହି ସରବତ ଲେମ୍ବୁପାଣି ପିଇବାକୁ ଛାତ୍ରଛାତ୍ରୀ ଙ୍କୁ ଦେଇଥିଲେ  ନଗର ପରିକ୍ରମା କରିଵା ପରେ ବିଦ୍ୟାଳୟର ତରଫରୁ ଆୟୋଜିତ ଦଧି ହାଣ୍ଡିକୁ ଛାତ୍ରଛାତ୍ରୀ ମାନେ ଭାଂଗି ଉତ୍ସବ ପାଳିତ କରିଥିଲେ ପରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ଅନ୍ନଭୋଗ ଦିଆଯାଇଥିଲା । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା ସର ସଂଘ ଚାଳକ କ୍ଷୀର ସିନ୍ଦୁ ଭୋଇ ଯୋଗଦେଇ ଥିବା ବେଳେ ବିଦ୍ୟାଳୟର ସଂପାଦକ ରଜତ କୁମାର ନନ୍ଦ  ପ୍ରଧାନ ଗୁରୁଜୀ ବିନୋଦ ବିହାରୀ ପ୍ରଧାନ ସହିତ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ଓ ଅଭିଭାବକମାନେ ସହଯୋଗ  କରିଥିଲେ।