ସାମରିିକ ଶକ୍ତି ପ୍ରଦର୍ଶନ କରୁଛନ୍ତି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଶନିବାର ସ୍ନାଇପର ରାଇଫଲ ପରୀକ୍ଷଣ କରିଛନ୍ତି । ହାତରେ ବନ୍ଧୁକ ଧରି ସାମରିକ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ବିଜୟ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବାହିନୀ ସେମାନଙ୍କର ପ୍ରକୃତ ଯୁଦ୍ଧ କ୍ଷମତାକୁ ସୁଦୃଢ଼ କରିଛି । ଏହି ସ୍ୱତନ୍ତ୍ର ବାହିନୀ ୟୁନିଟ ଗୁଡିକ ହଜାର ହଜାର ସୈନିକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଯାହାକୁ ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା କହିଛି ଯେ ପ୍ୟୋଙ୍ଗୟାଙ୍ଗ ୟୁକ୍ରେନ ବିରୁଦ୍ଧରେ ମସ୍କୋର ଯୁଦ୍ଧକୁ ସମର୍ଥନ କରିବା ପାଇଁ ରୁଷରେ ନିୟୋଜିତ କରିଛି। କିମ୍ ଏକ ସ୍ୱତନ୍ତ୍ର ବାହିନୀ ୟୁନିଟ୍ ପରିଦର୍ଶନ କରି ସୈନିକମାନଙ୍କର ଗୁଳିଚାଳନା ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ଶକ୍ତିରେ ସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କର କାର୍ୟ୍ୟକଳାପ ଏପରି ଏକ ସମୟରେ ହୋଇଛି ଯେତେବେଳେ କୋରିଆ ଉପଦ୍ୱୀପରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ସେ କହିଥିଲେ ଯେ ସ୍ୱତନ୍ତ୍ର ବାହିନୀ ତାଲିମ ‘ଦେଶଭକ୍ତି ଏବଂ ଦେଶ ପ୍ରତି ଆନୁଗତ୍ୟର ସବୁଠାରୁ ସ୍ପଷ୍ଟ ପ୍ରକାଶନ’।


ଏହି ଗସ୍ତ ସମୟରେ, କିମ୍ ସ୍ୱୟଂଚାଳିତ ରାଇଫଲ୍ ଏବଂ ସ୍ନାଇପର ରାଇଫଲ୍‌ର ଗୁଳିଚାଳନା ଅଭ୍ୟାସ ଦେଖିଥିଲେ। ସେ ନିଜେ ନୂତନ ଭାବରେ ବିକଶିତ ସ୍ନାଇପର ରାଇଫଲରୁ ଗୁଳି ଚଳାଇଥିଲେ ଏବଂ ଏହାର ପ୍ରଦର୍ଶନରେ ଅତ୍ୟନ୍ତ ସନ୍ତୁଷ୍ଟ ମନେ ହେଉଥିଲେ। କେସିଏନଏ ଅନୁଯାୟୀ, ଏହି ଅସ୍ତ୍ର ଉତ୍ତର କୋରିଆରେ ହିଁ ନିର୍ମିତ ହୋଇଛି। ଏହା ଏକ ଉଚ୍ଚ-ପ୍ରଯୁକ୍ତି ଅସ୍ତ୍ର ନିଜ ଉପାୟରେ ବିକଶିତ କରାଯାଇଛି। ଯାହାର ସଠିକତା ଏବଂ ଶକ୍ତିକୁ କିମ୍ ମଧ୍ୟ ପ୍ରଶଂସା କରିଛନ୍ତି।


ଆଶ୍ଚର୍ୟ୍ୟଜନକ କଥା ହେଉଛି, ଏହି ଗସ୍ତ ସେହି ଦିନ ହୋଇଥିଲା ଯେତେବେଳେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲ୍‌ଙ୍କୁ ସାମ୍ବିଧାନିକ ଅଦାଲତ ପଦରୁ ବହିଷ୍କାର କରିବା ନିଶ୍ଚିତ କରିଥିଲେ। ୟୁନ୍‌ଙ୍କ ବିରୁଦ୍ଧରେ ଡିସେମ୍ବର ୨୦୨୩ରେ ନାଗରିକ ଶାସନକୁ ଦୁର୍ବଳ କରିବା ପାଇଁ ସାମରିକ ଆଇନ ଲାଗୁ କରିବାକୁ ଚେଷ୍ଟା କରିବାର ଅଭିଯୋଗ ଆସିଥିଲା। କୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରି ତାଙ୍କୁ ପଦରୁ ବହିଷ୍କାର କରି ଦେଶରେ ନୂତନ ନିର୍ବାଚନ ପାଇଁ ପଥ ପ୍ରଶସ୍ତ କରିଥିଲେ।