ଆପଣ ମାନଙ୍କୁ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟକଥା ତ ମନେ ଥିବା ! ଏହି ଘଟଣାଟି ମନରୁ ଲିଭିନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଅନ୍ୟଏକ ଅଭାବନୀୟ ଘଟଣା । ପ୍ରେମିକାକୁ ପ୍ରେସର କୁକରରେ ପିଟି ହତ୍ୟାକରିଲା ପ୍ରେମିକ। ତେବେ ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ । ଲିଭ-ଇନ ରିଲେସନରେ ରହୁଥିବା ଜଣେ ଯୁବକ ନିଜ ପ୍ରେମିକାକୁ କୁକରରେ ପିଟି ହତ୍ୟା କରିଛି ।
ସୁଚନା ଅନୁସାରେ ୨୪ ବର୍ଷୀୟ ଯୁବକ ବୈଷ୍ଣବ ଓ ଯୁବତୀ ଦେବୀ ଉଭୟ କେରଳର ହୋଇଥିବାବେଳେ ଦୁହେଁ ତିନି ବର୍ଷ ହେବ ଲିଭ-ଇନରେ ରିଲେସନରେ ରହୁଥିଲେ । ତେବେ ଦେବୀଙ୍କ ଅନ୍ୟଜଣେ ପୁରୁଷ ସହ ସମ୍ପର୍କ ଅଛି ବୋଲି ବୈଷ୍ଣବ ସନ୍ଦେହ କରିଥିଲେ । ଏ ନେଇ ସନିବାର ବୈଷ୍ଣବ ଓ ଦେବୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏହି ସମୟରେ ବୈଷ୍ଣବ ଉତ୍ୟକ୍ତ ହୋଇ ଦେବୀଙ୍କ ମୁଣ୍ଡକୁ ପ୍ରେସର କୁକରରେ ଖୁବ ଜୋରରେ ଆଘାତ କରିଥିଲେ । ଫଳରେ ଦେବୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଅଭିଯୁକ୍ତ ବୈଷ୍ଣବକୁ ଗିରଫ କରିଛି ପୋଲିସ । ପରିବାର ଲୋକେ ଦୁହିଁଙ୍କ ବିଷୟରେ ଜାଣିବା ସହ ସେମାନେ ଏକାଠି ରହୁଥିବା କଥା ଜାଣିଥିଲେ । ଦେବୀ ବାରମ୍ବାର ଫୋନ ରିସିଭ ନ କରିବାରୁ ପୁଲିସକୁ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ବହୁବାର ଝଗଡ଼ା ହେଉଥିବା ପଡ଼ୋଶୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ଫେରାର ହୋଇଥିବାବେଳେ ପୁଲିସ ବହୁ ଖୋଜାଖୋଜି କରି ବୈଷ୍ଣବଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।