କେରଲା ଷ୍ଟୋରୀକୁ ଟପିଲା ୮୦ କୋଟି

‘ଦ କେରଳ ଷ୍ଟୋରୀ ଟ୍ରେଲର ରିଲିଜ’ ହେବା ଠାରୁ ଆରମ୍ଭ ହୋଇଥିଲା ବିବାଦ । କେବଳ ଏତିକି ନୁହେଁ, ରିଲିଜ୍ ପରେ କେତେକ ରାଜ୍ୟ ଏହାକୁ ଟ୍ୟାକ୍ସ ଫ୍ରୀ କରିଥିବା ବେଳା ଆଉ କେତେକ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହା ଫିଲ୍ମର ରୋଜଗାରକୁ ପ୍ରଭାବିତ କରୁଥିବା ପରି ମନେ ହେଉନାହିଁ । ଏକ ରିପୋର୍ଟ ଅନୁସାରେ, ‘ଦ କେରଳ ଷ୍ଟୋରୀ’ର ସପ୍ତମ ଦିନରେ ୧୨ କୋଟି ରୋଜଗାର କରିଛି। ଚଳଚ୍ଚିତ୍ରଟି ପୂରା ସପ୍ତାହର ୮୦.୮୬ କୋଟି ଟଙ୍କା ରୋଜଗାର କରିପାରିଛି, ଯେଉଁଥିପାଇଁ ଫିଲ୍ମଟି ୧୦୦ କୋଟିର କ୍ଲବ୍ରେ ସାମିଲ୍ ହେବାକୁ ଆଉ ମାତ୍ର ୨୦କୋଟି ଦୂରରେ ଅଛି।

ତେବେ ଚଳଚ୍ଚିତ୍ରକୁ ମିଳିଥିବା ଭଲପାଇବାକୁ ନେଇ ସୁଦୀପ୍ତୋ ଲେଖିଛନ୍ତି, “ବର୍ତ୍ତମାନ ପର୍ୟ୍ୟନ୍ତ ଭାରତରେ ୬୦୦୦,୦୦୦ରୁ ଅଧିକ ଲୋକ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଆଜିଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି। ଏକାସାଙ୍ଗରେ ୪୦ରୁ ଅଧିକ ଦେଶରେ ‘ଦ କେରଳ ଷ୍ଟୋରୀ’ ମୁକ୍ତିଲାଭ କରୁଛି… ଅଧିକରୁ ଅଧିକ ସଂଖ୍ୟା ଯୋଡି ହେଉଛି। ଅଧିକରୁ ଅଧିକ ଆଶୀର୍ବାଦ, ପ୍ରେମ ଏବଂ ପ୍ରଶଂସା ଆମକୁ ଅଭିଭୁତ କରିବ। ଆମେ ଅଧିକ ଦାୟୀତ୍ୱବାନ ହେବୁ। ଅଧିକ ବିନମ୍ର, ଅଧିକ ଧନ୍ୟ।”
ଭାରତରେ ଏହାକୁ ଗ୍ରହଣ ପରେ, ନିର୍ମାତା ଏହାକୁ ଆଉ ୩୭ଟି ଦେଶରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁଦୀପ୍ତୋ ସେନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏଥିରେ କେରଳର ମହିଳାମାନେ କିପରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍ଆଇଏସ୍ ଦ୍ୱାରା ନିଯୁକ୍ତ ହୋଇଥିଲେ ତାହା ଏଥିରେ ଦର୍ଶାଯାଇଛି। ତେବେ ଗତ ସପ୍ତାହରେ ରିଲିଜ୍ ହେବା ପରଠାରୁ ଏହି ଫିଲ୍ମ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।