୨ଡୋଜ୍‌ ମଧ୍ୟରେ ୮୪ ଦିନର ବ୍ୟବଧ୍ୟାନ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ କେରଳ ହାଇକୋର୍ଟ

କୋଭିଶିଲ୍ଡ ଟିକାର ୨ଡୋଜ୍‌ ମଧ୍ୟରେ ୮୪ ଦିନର ବ୍ୟବଧ୍ୟାନ ନେଇ କେରଳ ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।

(ଦିଲ୍ଲୀ) : କୋଭିଶିଲ୍ଡ ଟିକାର ୨ଡୋଜ୍‌ ମଧ୍ୟରେ ୮୪ ଦିନର ବ୍ୟବଧ୍ୟାନ ନେଇ କେରଳ ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେବା ପରେ ୨ୟ ଡୋଜ୍‌ ପାଇଁ ୮୪ ଦିନର ଅନ୍ତର କାହିଁକି ରହିଛି ବୋଲି କୋର୍ଟ ଏହା ବି ପଚାରିଛନ୍ତି ?

ସୂଚନାନୁଯାୟୀ , କାଇଟେକ୍ସ ଗ୍ରୁପ୍‌ର କମ୍ପାନୀଙ୍କ ଦ୍ୱାରା ଦାଖଲ ଏକ ପିଟିସନରେ ଶୁଣାଣୀ ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ଯେଉଁଥିରେ କୁହାଯାଇ ଥିଲା କି ଆରମ୍ଭରେ କୋଭିଶିଲ୍ଡର ୨ୟ ଡୋଜ୍‌ ନେବାର ସମୟ ସୀମା ୪୫ ଦିନ ଥିଲା । କୋର୍ଟ ପଚାରିଥିଲେ କି ଟିକାର ସମୟ ଅନ୍ତର ଏଥିପାଇଁ ବୃଦ୍ଧି କରାଯାଇ ଥିଲା କି, ଏହାର ଭଲ ପ୍ରଭାବ କେମିତି ମିଳି ପାରିବ ବା ଏହି ସମୟରେ ଟିକାର ସୋର୍ସିଂରେ ସମସ୍ୟା କାରଣରୁ ବୃଦ୍ଧି କରାଯାଇ ଥିଲା କି ।