କେନ୍ଦୁଝର: କେନ୍ଦୁଝରରେ ବିଜେପି ପ୍ରାର୍ଥିନୀଙ୍କ ବାଜିମାତ୍ । ବିଜେଡିକୁ ହରାଇ ବିଜେପି ପିନ୍ଧିଲା ବିଜୟ ମୁକୁଟ । କେନ୍ଦୁଝର ସଦର ପୌରାଞ୍ଚଳ ବ୍ଲକ ଅଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥିନୀ ନିକୁ ସାହୁ ମୋଟ ୧୬,୬୩୦ ଭୋଟରେ ବିଜୟୀ ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି । କେନ୍ଦୁଝର ସଦର ପୌରାଞ୍ଚଳ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅର୍ଚ୍ଚନା ସାହୁ ୧୨୬୦୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କୁ ପ୍ରତିଦ୍ୱନ୍ଦୀ କରୁଥିବା ବିଜେପି ପ୍ରାର୍ଥିନୀ ନିକୁ ସାହୁ ୧୬୬୩୦ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ସେ ପ୍ରାୟ ୪୦୨୧ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ତେବେ ସେ ବିଜୟୀ ହେବା ପଛରେ ଦଳକୁ ସମସ୍ତ ଶ୍ରେୟ ଦେବା ସହିତ କେନ୍ଦୁଝରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।