ନୂଆଦିଲ୍ଲୀ: ଆଜି ୫ ରାଜ୍ୟରେ ଚାଲିଛି ଭୋଟ ଗଣତି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଆଗୁଆ ଚାଲିଛି । ଏଥିରୁ ଯାହା ଜଣା ପଡୁଛି ସେଠରେ ଏଏପି ଦଳ ସରକାର ଗଠନ ଏକ ପ୍ରକାର ନିଶ୍ଚିତ । ଏହି ସମୟରେ ଚଳଞ୍ଚଳ ହୋଇଉଠିଛନ୍ତ ସେଠାକାର ନେତା ଓ କର୍ମୀ । ଏହି ସମୟରେ ଦଳର ଜଣେ ନେତା ରାଘଭ ଚଡ୍ଡା କହିଛନ୍ତି, ‘ଆଗକୁ ଆପ୍ ଜାତୀୟ ଦଳ ହେବାକୁ ଯାଉଛି। ଏହା କଂଗ୍ରେସର ସ୍ଥାନ ନେବ। ଆଉ ମୋଦିଙ୍କ ସ୍ଥାନ ନେବେ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ହେବେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।’ ଦିଲ୍ଲୀ ପରେ ପ୍ରଥମ ଥର ପାଇଁ ଦେଶର ଅନ୍ୟ ଏକ ରାଜ୍ୟରେ ଆପ୍ ସରକାର ଗଠନ କରିବାକୁ ଯାଉଛି। ଭୋଟ ଗଣତି ଚାଲିଥିବା ବେଳେ ପଞ୍ଜାବରେ ୧୧୭ଟି ବିଧାନସଭା ଆସନରୁ ୮୮ଟିରେ ଆପ୍ ଆଗୁଆ ରହିଛି। କଂଗ୍ରେସ ୧୩ଟିରେ ଆଗୁଆ ରହିଥିବା ବେଳେ ଅକାଳି ମେଣ୍ଟ ୧୦ ଓ ବିଜେପି ମେଣ୍ଟ ୫ଟି ଆସନରେ ଆଗୁଆ ରହିଛି। ଏହା ସହ ପଞ୍ଜାବରେ ଚିନ୍ନି ଓ ସିଦ୍ଧୁ ପଛୁଆ ଥିବା ଜଣା ପଡିଛି ।