କାଉଡିଆଙ୍କ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଆସିଲା ସୁପ୍ରିମ କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ । ଦୋକାନୀ ସେମାନଙ୍କ ଖାଦ୍ୟ ତାଲିକା ପ୍ରଦର୍ଶନ କରିବେ ହେଲେ କରିବେ ନାହିଁ ନାମ, ଜାତି ବା ତାଙ୍କ କର୍ମଚାରୀଙ୍କ ନାଁ । ବୋଲବମ ଯାତ୍ରାକୁ ଦୃଷ୍ଟିରେ ରଖି ଦୁଇ ରାଜ୍ୟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ଟିଏମସି ସାଂସଦ ଦାୟର କରିଥିବା ଅପିଲ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଗାମୀ ଶୁଣାଣି ଅର୍ଥାତ୍ ୨୬ ଜୁଲାଇ ମଧ୍ୟରେ ଉତ୍ତରାଖଣ୍ଡ ଓ ୟୁପି ସରକାରକୁ ନିଜ ପକ୍ଷ ରଖିବାକୁ କହିଛନ୍ତିା
ଜଷ୍ଟିସ ହୃଷିକେଶ ରୟ ଓ ଏସ ଭି ଏନ ଭାଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୋକାନୀ ଚାହିଁଲେ ସେମାନଙ୍କ ଖାଦ୍ୟ ସୂଚିର ତାଲିକା ଲଗାଇ ପାରିବେ, କିନ୍ତୁ ନାମ, ଜାତି ଓ କର୍ମଚାରୀଙ୍କ ନାମ ଲେଖିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଏଥିସହ ମହୁଆଙ୍କୁ ଦୁଇ ରାଜ୍ୟ ସରକାର ଦେଇଥିବା ଏହି ନିର୍ଦ୍ଦେଶନାମା ଉପସ୍ଥାପନ କରିବାକୁ କହିଛନ୍ତି ।
ୟୁୁପି ସରକାରର ଆଦେଶକୁ ନେଇ ଏନଜିଓ ଏସୋସିଏସନ ଫର ପ୍ରୋଟେକ୍ସନ ଅଫ ସିଭିଲ ରାଇଟ୍ସ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲ।। ଏହା ଆଇନ ବୋରିଧୀ, ଲୋକଙ୍କ ବ୍ୟବସାୟକୁ ପ୍ରଭାବିତ କରିବ ଓ ଏପରି ଧର୍ମ ବା ଜାତିଗତ କାର୍ଯ୍ୟାନୁଷ୍ଠାନ ଅସମ୍ବିଧାନିକ ବୋଲି କୁହାଯାଇଥିଲା । ବର୍ତ୍ତମାନ ପାଇଁ ଦୋକାନୀଙ୍କୁ ସୁପ୍ରିମ କୋର୍ଟ ଆସନ୍ତା ୨୬ ତାରିଖ ଯାଏଁ ରିହାତି ଦେଇଛି । ତଥାପି କାଉଡିଆ ଯାଉଥିବା ରୁଟରେ ଅନେକ ଦୋକାନୀ ନେମପ୍ଲେଟରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବିଶେଷ ତଥ୍ୟ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି । ସରକାର ଦେଇଥିବା ନିର୍ଦ୍ଦେଶକୁ ନେଇ ଆଗାମୀ ଶୁଣାଣିରେ ଚୂଡାନ୍ତ ରାୟ ପ୍ରକାଶ ପାଇବ ।