କାର୍ତ୍ତିକ ଆର୍ଯ୍ୟନଙ୍କ କିଏ ବା ନଜାଣେ । ଅଭିନୟ ହେଉ କିମ୍ବା ଚାର୍ମିଙ୍ଗ ଲୁକ ଫ୍ୟାନ ମାନଙ୍କ ପଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ତ୍ତିକ ବଲିଉଡରେ ନିଜର ଅଭିନୟ ପାଇଁ ଏବେ ବେଶ ଲୋକପ୍ରିୟ ଅର୍ଜନ କରିଛନ୍ତି । କାର୍ତ୍ତି କ ଇଣ୍ଟରନ୍ୟାସନାଲ ଆଓ୍ଵାର୍ଡ ପାଇବେ। ମେଲବର୍ଣ୍ଣରେ ହେବାକୁ ଥିବା ୧୪ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ‘ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା’ ଆଓ୍ଵାଡ କାର୍ତ୍ତିକଙ୍କୁ ପ୍ରାଦନ କରାଯିବ । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣର କମିଟି ମେମ୍ବର ଏହା ଘୋଷଣା କରିଛନ୍ତି । ଏହି ପୁରସ୍କାର ୧୧ ଅଗଷ୍ଟକୁ ପ୍ରଦାନ କରାଯିବ ।
ବଲିଉଡରେ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ତ୍ତିକ କାମ କରିସାରିଲେଣି । ଭାରତୀୟ ସିନେମାକୁ ଗ୍ଲୋବାଲ ସ୍ତରରେ ପହଞ୍ଚାଇବାରେ କାର୍ତ୍ତିକଙ୍କର ମଧ୍ୟ ଅବଦାନ ରହିଛି । ତେବେ ମେଲବର୍ଣ୍ଣରେ ଆୟୋଜିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ କାର୍ତ୍ତିକଙ୍କୁ ଭିକ୍ଟୋରିଆ ପ୍ରାନ୍ତର ଗଭର୍ଣ୍ଣରଙ୍କ ଦ୍ୱାରା ପ୍ରଦାନ କରାଯିବ ।
ଏହି ଆୱାଡ ସୋ ରେ କାର୍ତ୍ତିକ ନୂଆ ପରୁଣା ସବୁ ଫିଲ୍ମ ପ୍ରଦର୍ଶନ ହେବ । ସତ୍ୟପ୍ରେମ କି କଥା’, ‘ସୋନୁ କେ ଟିଟୁ କି ସ୍ୱିଟି’, ‘ଲୁକା ଛୁପି’, ‘ପତି ପତ୍ନୀ ଔର ଓ୍ଵ’,‘ଭୁଲ ଭୁଲେୟା ୨’ପରି ଅନେକ ଫିଲ୍ମ ରହିଛି । ଏହି ଫିଲ୍ମ ଫେଷ୍ଟିଭାଲ ୧୧ ଅଗଷ୍ଟରୁ ୨୦ ଅଗଷ୍ଟ ପର୍ୟ୍ୟନ୍ତ ଚାଲିବ ।