ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା

ଭୁବନେଶ୍ୱର: ଦେଶରେ ପୁଣି ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନ।। କରୋନା ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ୨୦୧୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ଲକ୍ଷ୨୮ ହଜାର ୩୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ୧୩୬୦୭୬ ସକ୍ରିୟ ମାମଲା ରହିଛି ।