କରିନା କପୁରଙ୍କ ପ୍ରେଗନାନ୍ସି ବାଇବେଳ ଲଞ୍ଚ ହେଲା

ମୁମ୍ବାଇ : ବଲିଓଡ୍ ଚର୍ଚ୍ଚିତ ନାୟିକା କରିନା କପୁର ଖାଁ ଶୁକ୍ରବାର ତାଙ୍କର ପୁସ୍ତକ ‘ପ୍ରେଗନାନ୍ସି ବାଇବଲ’ ଲଞ୍ଚ କରିଛନ୍ତି । ପୂର୍ବରୁ କରିନା ଘୋଷଣଆ କରିଥିଲେ କି ୨୦୨୦ ରେ ସେ ତାଙ୍କ ପ୍ରଥମ ସନ୍ତାନ ତୈମୁରଙ୍କ ଜନ୍ମଦିନରେ ଗର୍ଭାବସ୍ଥାକୁ ନେଇ ଏକ ପୁସ୍ତକ ରଚନା କରୁଛନ୍ତି । ଇନଷ୍ଟାଗ୍ରାମରେ କରିନାଙ୍କ ପୁସ୍ତକର ଏକ ଝଲକ ସହ ଗର୍ଭାବସ୍ଥାର ଅନୁଭବ କଥା ସେ କହିଛନ୍ତି । ତାଙ୍କ ପୁସ୍ତକ ଭାରତ ଦ୍ୱାରା ଅନୁମୋଦିତ ହୋଇଥିବାରୁ ସେ ଖୁବ୍ ଉତ୍ସାହିତ ଓ ଗର୍ବିତ ବୋଲି କହିଛନ୍ତି ।