କଙ୍ଗନା ରାଣାୱତଙ୍କ ଅଭିନୀତ ‘ଏମରଜେନ୍ସୀ’ର ପ୍ରଥମ ଟିଜର ରିଲିଜ ହୋଇଛି । ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ନିର୍ଦ୍ଦେଶକ ଭାବେ ଡେବ୍ୟୁ ମଧ୍ୟ କରିଛନ୍ତି। ଫିଲ୍ମର ପ୍ରଥମ ଟିଜର ଜାରି କରି କଙ୍ଗନା ଏହାର ରିଲିଜ ବିଷୟରେ ମଧ୍ୟ କହିଛନ୍ତି। ଟିଜର ଆରମ୍ଭରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଝଲକ ଦେଖାଯାଇଛି। ଏଥିରେ ଦେଖିବାକୁ ମିଳୁଛିଜନସାଧାରଣ ଅସ୍ଥିର ପରିବେଶରେ ରସ୍ତାଘାଟରେ ସରକାରଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ‘ଏମରଜେନ୍ସୀ’ ଟିଜରେ ଦେଖିବାକୁ ମିଳୁଛି ଖବରକାଗଜ ସମ୍ବାଦଗୁଡ଼ିକର ଝଲକ ମଧ୍ୟ ଦୃଶ୍ୟମାନ ହେଉଛି, ଯାହା ଦେଶର ଜରୁରୀକାଳୀନ ପରିସ୍ଥିତିର ସୂଚନା ଦେଉଛି। ତା’ପରେ ଅନୁପମ ଖେର ଜେଲର ବାର୍ ପଛରେ ନଜର ଆସିଛନ୍ତି ଯାହା ବିରୋଧୀ ଦଳର ଲୋକଙ୍କୁ ଗିରଫ କରିବାର ସୂଚନା ମିଳିଛି।
ଟିଜର୍ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ କଙ୍ଗନା ରାଣାୱତଙ୍କ ଦମଦାର ସ୍ୱର ଶୁଣିବାକୁ ମିଳେ। ସେ କହୁଛନ୍ତି, “ମୋତେ ଏହି ଦେଶକୁ ସୁରକ୍ଷା କରିବାରେ କେହି ଅଟକାଇ ପାରିବେ ନାହିଁ, କାରଣ ଇଣ୍ଡିଆ ଇଜ୍ ଇନ୍ଦିରା ଆଣ୍ଡ୍ ଇନ୍ଦିରା ଇଜ୍ ଇଣ୍ଡିଆ।”
A protector or a Dictator? Witness the darkest phase of our history when the leader of our nation declared a war on it’s people.
🔗 https://t.co/oAs2nFWaRd#Emergency releasing worldwide on 24th November pic.twitter.com/ByDIfsQDM7
— Kangana Ranaut (@KanganaTeam) June 24, 2023
ଲୋକମାନେ କଙ୍ଗନା ରାଣାୱତଙ୍କ କାମକୁ ଖୁବ ପ୍ରଶଂସା କରୁଛନ୍ତି। ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖି ନେଟେନିଜେନ୍ସ ବହୁତ ଖୁସି ଅଛନ୍ତି। ଏଥିରେ ସିଏ କେବଳ ଇନ୍ଦିରାଙ୍କ ପରି ଦେଖାଯାଉ ନାହାଁନ୍ତି ବରଂ ତାଙ୍କ ସ୍ୱର ମଧ୍ୟ ଅବିକଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ସହ ମେଳ ଖାଇଯାଉଛି। ଜଣେ କହିଛନ୍ତି, “ଲୋମ ଟାଙ୍କୁରି ଉଠୁଛି। ଫିଲ୍ମ ଦେଖିବା ପାଇଁ ଖୁବ ରୋମାଞ୍ଚିତ।” ।
ଏହା ସହ କଙ୍ଗନା କ୍ୟପସନରେ ଲେଖିଛନ୍ତି ‘ଜଣେ ସଂରକ୍ଷକ ନା ଏକଛତ୍ରବାଦୀ ଶାସକ? ଆମ ଇତିହାସର ସବୁଠାରୁ ଅନ୍ଧକାର ସମୟର ସାକ୍ଷୀ, ଯେତେବେଳେ ଆମର ନେତା ନିଜ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ।”