ଷ୍ଟାର୍ କିଡଙ୍କୁ ସିଝା ଅଣ୍ଡା ସହ ତୁଳନା କଲେ ପଙ୍ଗା କୁଇନ୍
ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ୍।
(ମୁମ୍ବାଇ) : ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ୍। ନିଜର ବିବାଦୀୟ ମନ୍ତବ୍ୟ ପାଇ ସବୁବେଳେ ଚର୍ଚାରେ ଥିବା କଙ୍ଗନା ନିକଟରେ ପୁଣି ଏକ ବୟାନ ଦେଇଛନ୍ତି । ବି-ଟାଉନ୍ର ଷ୍ଟାର୍ ଓ ଷ୍ଟାର୍ କିଡ୍ଙ୍କୁ ସେ ପୁଣି କରିଛନ୍ତି ଟାର୍ଗେଟ୍। ସେମାନଙ୍କୁ ନେଇ ସେ ଦେଇଛନ୍ତି ବିବାଦୀୟ ବୟାନ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ‘ଧାକଡ’ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ସାଉଥ୍ ଫିଲ୍ମ ଏବଂ ବଲିଉଡ୍କୁ ନେଇ ମଧ୍ୟ କଥା ହୋଇଥିଲେ। କଙ୍ଗନା କହିଥିଲେ, ‘ସାଉଥ୍ ଫିଲ୍ମ ଷ୍ଟାର୍ ଯେଉଁଭଳି ଭାବେ ଦର୍ଶକଙ୍କ ସହ ନିଜକୁ ଯୋଡି ରଖନ୍ତି ତାହା ଅତ୍ୟନ୍ତ ମଜଭୁତ ଥାଏ। ସେଠାକାର ଷ୍ଟାର୍ ଫ୍ୟାନ୍ଙ୍କ ସହ ମିଳାମିଶା କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆମର ଏଠି କ’ଣ ହୁଏ? ଷ୍ଟାର୍ କିଡ୍ମାନେ ପାଠ ପଢିବାକୁ ବିଦେଶ ଯାଆନ୍ତି। ଇଂରାଜୀରେ କଥା ହୁଅନ୍ତି।
#KanganaRanaut : Hold my drink please !!! pic.twitter.com/yx172lvtPu
— DHAAKAD VAIBHAV (@BhaktWine) May 14, 2022
କେବଳ ହଲିଉଡ୍ ଫିଲ୍ମ ଦେଖନ୍ତି। ଛୁରୀ ଏବଂ କଣ୍ଟାରେ ଖାଦ୍ୟ ଖାଆନ୍ତି। ଆମ ଦର୍ଶକ ସେମାନଙ୍କ ସହ କିଭଳି ଯୋଡିହେବେ?’

କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ,’ଏମାନେ ଦେଖିବାକୁ ମଧ୍ୟ ଅଜବ ଲାଗିଥାନ୍ତି। ଏମିତି ଲାଗନ୍ତି ଯୋମିତି ସିଝା ଅଣ୍ଡା ପରି। ଏମାନଙ୍କର ପୁରା ଲୁକ୍ ବଦଳି ଯାଇଥାଏ। ତେଣୁ ଲୋକମାନେ କିପରି ଜାଣିବେ। କାହାକୁ ଟ୍ରୋଲ କରିବା ମୋର ଉଦ୍ଦେଶ୍ୟ ନୁହେଁ।’