ଫୁଲବାଣୀକୁ ରେଳ ସଂଯୋଗ କରିବାକୁ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବନ୍ଦ୍ ଡାକରା

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ, ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନକରି ତଞ୍ଚକତା କରି କେବଳ ଚକାପାଦ ଦେଇ ପୁଣି ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ ସହ ସଂଯୋଗ  କରୁଥିବାରୁ ତାର ପୁନଃ ବିଚାର କରି ପୁନଃ ଫୁଲବାଣୀକୁ ରେଳ ସଂଯୋଗ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଆଜି କନ୍ଧମାଳ ବନ୍ଦ ଡାକରା  କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆହ୍ବାନ ଦିଆଯାଇଥିଲା । ତେବେ ଫିରିଙ୍ଗିଆ, ଫୁଲବାଣୀ, ବାଲିଗୁଡା, ତୁମ୍ବୁଡିବନ୍ଧ, ଦାରିଙ୍ଗିବାଡ଼ି, କ. ନୁଆଗାଁଘୁ ଉଦୟଗିରି, ଟିକାବାଲି, ରାଇକିଆ, ସହରରେ ଆଜି ସଫଳ ଭାବରେ ଏହି ବନ୍ଦକୁ ଲୋକେ ସହଯୋଗ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ସମସ୍ତ ଛକ ମାନଙ୍କରେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପଇତରା ମାରୁଥିବା ବେଳେ ସେପଟେ ସ୍ଥାନୀୟ ଜନ ସାଧାରଣ ବନ୍ଦକୁ ସମ୍ପୂର୍ଣ୍ଣ ସହୋଜୋଗ କରିଛନ୍ତି । ଆଗାମୀ ଦିନରେ  ସରକାର ଏଥି ପ୍ରତି ପୁନଃ ବିଚାର କରନ୍ତୁ ଓ ଫୁଲବାଣୀ ସଦରମହକୁମା ଦେଇ ଟ୍ରେନ ସଂଯୋଗ କରନ୍ତୁ, ଯେପରି କନ୍ଧମାଳ ବାସିନ୍ଦା ଏହାର ସୁବିଧା ସୁଯୋଗ ପାଇ ପାରିବେ ।