ମା’ କାଳୀ ଟାଣୁଛନ୍ତି ସିଗାରେଟ୍ : ଗିରଫ ଦାବି

ଏପରିକି ମା’ କାଳୀ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଏଲଜିବିଟି ଝଣ୍ଡା ଧରିଥିବା ଦେଖିବାକୁ ମିଳିଛି ।

(ଭୁବନେଶ୍ୱର) : ମା’ କାଳୀ ଟାଣୁଛନ୍ତି ସିଗାରେଟ୍ । ଆଂଜ୍ଞା ହଁ ଏକଥା ଆମେ କହୁନୁ ଡକ୍ୟୁମେଣ୍ଟ୍ରୀ ଫିଲ୍ମ “କାଳୀ”ର ପୋଷ୍ଟରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଏପରିକି ମା’ କାଳୀ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଏଲଜିବିଟି ଝଣ୍ଡା ଧରିଥିବା ଦେଖିବାକୁ ମିଳିଛି । ହିନ୍ଦୁ ଦେବାଦେବୀଙ୍କ ଚିତ୍ରକୁ ଏଭଳି ଭାବରେ ମଳିନ କରାଯାଉଥିବାରୁ ଫିଲ୍ମ ମେକର ଲୀନା ମଣିମେକଲଇଙ୍କୁ ଗିରଫ କରିବାକୁ ଦାବି ଜୋର୍ ଧରିଛି ।

ଜୁଲାଇ ୨ରେ ଡକ୍ୟୁମେଣ୍ଟ୍ରୀ ଫିଲ୍ମ କାଳୀର ପୋଷ୍ଟର ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ରିଲିଜ୍ ହେବା ପରଠାରୁ ସୋସିଆଲ୍ ମିଡିଆରେ ଏହାକୁ ଜୋରଦାର୍ ବିରୋଧ କରାଯାଉଛି। ଫିଲ୍ମ ମେକର ଏଭଳି ପୋଷ୍ଟର ରିଲିଜ୍ କରି ମା କାଳୀଙ୍କୁ ଅସମ୍ମାନ କରିଛନ୍ତି। ଯାହାକି ହିନ୍ଦୁଙ୍କ ଭାବନାକୁ ଗଭୀର ଆଘାତ ଲାଗିଛି।

ସୂଚନାନୁଯାୟୀ , ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଲାଜ ଲାଗିବା ଉଚିତ୍, ଏ ଯେଉଁ ଚିତ୍ର ଦେଖାଇଛ ଏହା ତୁମର… ମା’ କାଳୀଙ୍କର ନୁହେଁ। ଏହି ଦୁଷ୍କର୍ମ ପାଇଁ ତୁମକୁ କେଵେ କ୍ଷମା ମିଳିବ ନାହିଁ।