୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍

0

ବରଗଡ-: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ । ହେଲେ ଅଧିକ ଅର୍ଥ ଉପାର୍ଜନର ଲୋଭ ଆଜି ସୁସ୍ମିତାଙ୍କୁ ମହଙ୍ଗା ପଡ଼ିଛି । ମନରେଗା କାମ ପାଇଁ ଠିକାଦାରଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ଲାଞ୍ଚ ନେବାବେଳେ ସୁସ୍ମିତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ମନରେଗା ଅଧୀନରେ ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ମାପ ଏବଂ ବକେୟା ବିଲ୍ ପରିଶୋଧ ପାଇଁ ଏହି ପରିମାଣ ତାଙ୍କର ମୋଟ ୩୨ହଜାର ଟଙ୍କା ଦାବିର ଶେଷ କିସ୍ତି ଥିଲା । କିଛି ଦିନ ପୂର୍ବରୁ ୨୪ହଜାର ଟଙ୍କା ଏବଂ ବାକି ବିଲ୍ ପରିଶୋଧ କରିବା ପାଇଁ ବାକି ୮ହଜାର ଟଙ୍କା ଦାବି କରିଥିଲେ ସୁସ୍ମିତା । ତବେ ଠିକାଦାର ସୁସ୍ମିତାଙ୍କ ଦ୍ୱାରା ହଇରାଣ ହେଉଥିବାରୁ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।