ଝରୀଗାଁ ; ବସ୍ ଦୁର୍ଘଟଣାରେ ଚାଲିଗଲେ କନିଷ୍ଠ ଯନ୍ତ୍ରୀ । ଝରୀଗାଁ ପଞ୍ଚାୟତ ସମିତିର କନିଷ୍ଟ ଯନ୍ତ୍ରୀ ବିନୋଦ କୁମାର ବେହେରା ବସ୍ ଦୁର୍ଘଟଣାରେ ମତ୍ୟୁ ବରଣ କରିଛନ୍ତି । ତେବେ ସୂଚନାରୁ ପ୍ରକାଶ ଯେ, ଭୁବନେଶ୍ୱରରୁ ଝରୀଗାଁ ଫେରୁଥିବା ବେଳେ ଏକ ଟ୍ରକକୁ ଧକା ଦେଇଥିଲା ଯାତ୍ରୀବାହୀ ବସ୍ । ଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା କୋଖସାରା ଥାନା ଅନ୍ତର୍ଗତ ଚରାବାହାଲଠାରେ ଘଟିଛି । ମୃତକ ଜଣକ ଜଣେ କନିଷ୍ଠ ଯନ୍ତ୍ରୀ ଥିବା ବେଳେ ସେ ଣେ ମେଳାପୀ ସ୍ଵଭାବର ଏବଂ କର୍ତ୍ତବ୍ୟ ପରାୟଣର ଲୋକ । ବିନୋଦଙ୍କ ମୃତ୍ୟୁରେ ଝରୀଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।