ଝାଡ଼ଖଣ୍ଡ ପୋଲିସ ଓ CRPF ର ମିଳିତ କମ୍ବିଗ୍ ଅପରେସନ କୁ ମିଳିଛି ସଫଳତା । ସରଣ୍ଡା ଜଙ୍ଗଲ ରୁ ଉଦ୍ଧାର ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଠାବ ହୋଇଛି ୧୯ ଟି ବଙ୍କର୍ । ଗତ କିଛି ଦିନ ଭିତରେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମ ଜିଲ୍ଲା ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ଓ CRPF ଆରମ୍ଭ କରିଛନ୍ତି ଅପରେସନ ଚକ୍ରବ୍ୟୁହ ।
ଝାରଖଣ୍ଡ ପଶ୍ଚମ ସିଂ ଭୂମ ଜିଲ୍ଲାର ଜରେଇକେଲ ଥାନା ଅଂଚଳରେ ଥିବା ବାବୁଡେରା ଜଙ୍ଗଲରେ ଚାଲିଥିବା କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି ଝାଡ଼ଖଣ୍ଡ ପୋଲିସ, ଝାଡ଼ଖଣ୍ଡ ଜଗୁଆର, କୋବ୍ରା ବାଟାଲିୟନ ଓ CRPF ର ୯୦୦ ରୁ ଉର୍ଦ୍ଧ ଯବାନ । ଏହି ଅପରେସନ ଚକ୍ରବ୍ୟୁହ ଚାଲୁଥିବା ବେଳେ ଗତ ୨ ଦିନ ପୂର୍ବରୁ ୧୬ ଟି ବଙ୍କର୍ ଓ ଆଜି ୩ ଟି ବଂକର ଠାବ କରାଯାଇଛି । ଏହି ବ୍ୟାଙ୍କର ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
୩ ଟି ଲ୍ୟାଣ୍ଡମାଇନ ସହ ଇଲେକ୍ଟ୍ରିକ ଦିଟନେଟର, ବହୁ ପରିମାଣର ଜୋତା ଓ ଚପଲ୍, ମେଡିସିନ, ଇଞ୍ଜେକସନ, ବ୍ୟାନର, ପୋଷ୍ଟର, ପ୍ରିଣ୍ଟର ଓ ମାଓ ବହି ଜବତ ହୋଇଛି ।ଘଟଣା ସ୍ଥଳରେ ଲ୍ୟାଣ୍ଡମାଇନ୍ ଗୁଡ଼ିକୁ ନିଷ୍କ୍ରିୟ କରିଦିଆଯାଇଛି ।