ଭାଇରାଲ ଭିଡିଓ ପଛର ପ୍ରକୃତ କାହାଣୀ ଅଧିକ ଆଶ୍ଚର୍ଯ୍ୟଜନକ…

ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ପାସିଫିକ୍ ବ୍ଲୁ ମାରିନ୍ ନାମକ ପାର୍କ ରେ ଆର୍କା ନାମକ ହ୍ୱେଲ ଟି ତାର ଟ୍ରେନରର ଜୀବନ ନେଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜେସିକା ରାଡକ୍ଲିଫ ନାମକ ଲେଡି ଟ୍ରେନର ଏକ ସୋ ରେ ହ୍ୱେଲ ଆର୍କା ସହ ବିଭିନ୍ନ ପ୍ରକାର ଖେଳ ଦେଉଖାଉଛି । ପରେ ସେ ତା ଟ୍ରେନର ଜୀବନ ନେଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସବୁ ଦର୍ଶକ ଏହି ଦୁହିଁଙ୍କ ଖେଳ ଦେଖୁଛନ୍ତି, ଆଉ କରତାଳି ଦେଉଛନ୍ତି । କିନ୍ତୁ ପରେ ହଠାତ୍ ତିମିଟି ପାଣିରୁ ଡେଇଁ ପଡ଼ି ତାର ଟ୍ରେନରକୁ ଧରି ପାଣି ଭିତରକୁ ଟାଣି ନେଉଛି ଏବଂ କିଛି ସମୟ ମଧ୍ୟରେ ପାଣି ଲାଲ ହୋଇଯାଏ। ଘଟଣାଟି ବାସ୍ତବରେ ସତ କିନ୍ତୁ ତଦନ୍ତରୁ ଜଣାପଡିଛି ଯେ ଜେସିକା ରାଡକ୍ଲିଫ୍ ନାମକ କୌଣସି ଟ୍ରେନର ନାହାନ୍ତି ଏବଂ ପାସିଫିକ୍ ବ୍ଲୁ ମାରିନ୍ ପାର୍କ ନାମକ କୌଣସି ସ୍ଥାନ ହିଁ ନାହିଁ।


ଏକ ଇଂରାଜୀ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ଭିଡିଓଟି ଇଓ ଦ୍ୱାରା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଏଥିରେ ବ୍ୟବହୃତ ସ୍ୱରଗୁଡ଼ିକ ମଧ୍ୟ ସମାନ ଭାବରେ ସୃଷ୍ଟି କରାଯାଇଛି। ଯାହାର ସତ୍ୟତା ସହିତ କୌଣସି ସମ୍ପର୍କ ନାହିଁ। ଯଦି ଘଟଣାଟି ସତ ହୋଇଥାନ୍ତା ତେବେ ଏହି ଘଟଣା ଉପରେ ସମ୍ପୃକ୍ତ ପାର୍କ ଦ୍ୱାରା ତୁରନ୍ତ ଏକ ସରକାରୀ ବିବୃତ୍ତି ଜାରି କରାଯାଇଥାନ୍ତା । କିନ୍ତୁ ଏଠାରେ ସେମିତି କିଛି ହୋଇନାହିଁ । ଏହି ଭିଡିଓ ଉପରେ ଫୋରେନ୍ସିକ ଭିଡିଓ ବିଶ୍ଳେଷଣ ମଧ୍ୟ କରାଯାଇଛି। ଅନେକ ଅନିୟମିତତା ସାମ୍ନାକୁ ଆସିଛି।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏପରି ଭିଡିଓଗୁଡ଼ିକ ପ୍ରାୟତଃ ପ୍ରକୃତ ଘଟଣାଗୁଡ଼ିକୁ ଅନୁକରଣ କରି ତିଆରି କରାଯାଏ। ଯାହା ଦ୍ୱାରା କାହାଣୀଟି ଲୋକଙ୍କ ପାଇଁ ବିଶ୍ୱାସଯୋଗ୍ୟ ମନେହୁଏ। ଯଦି ଆପଣ ଭିଡିଓଟିକୁ ଭଲଭାବେ ଦେଖନ୍ତି, ତେବେ ଆପଣ ବୁଝିପାରିବେ ଯେ ଏହା ୨୦୧୦ ର ସିୱାର୍ଲ୍ଡ ସହିତ ସମାନ, କିନ୍ତୁ ପାର୍ଥକ୍ୟ ହେଉଛି ଯେ ସେହି ପରିସ୍ଥିତିରେ ଦୃଢ଼ ପ୍ରମାଣ ଏବଂ ସରକାରୀ ରିପୋର୍ଟ ଥିଲା। ଯେତେବେଳେ ଜେସିକା ରାଡକ୍ଲିଫଙ୍କ କାହାଣୀ ସମ୍ପୂର୍ଣ୍ଣ ଭାବରେ ମନଗଢ଼ା ଏବଂ ଭିଡିଓଟି AI ଦ୍ୱାରା ସୃଷ୍ଟି କରାଯାଇଛି।