ନୂଆଦିିଲ୍ଲୀ– ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ପରଲୋକ ହୋଇଛି । ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ୟ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ। ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ୟ୍ୟନ୍ତ ପଞ୍ଜାବ ଗଭର୍ଣ୍ଣର ମଧ୍ୟ ଥିଲେ। ୮୮ ବର୍ଷ ବୟସରେ ରୋଡ୍ରିଗସ୍ଙ୍କ ପରଲୋକ ହୋଇଛି।
General MM Naravane #COAS & All Ranks of #IndianArmy express heartfelt condolences on the sad demise of General Sunith Francis Rodrigues, who passed away today. Known as a Thinker and Strategist, he leaves behind a legacy of utmost dedication & service to the Nation. (1/3) pic.twitter.com/CSbaGYYAiw
— ADG PI – INDIAN ARMY (@adgpi) March 4, 2022
ପୂର୍ବତନ ସେନାଧ୍ୟକ୍ଷଙ୍କ ପରଲୋକରେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରୱାଣେ ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ସେନାଧ୍ୟକ୍ଷଙ୍କ ବିୟୋଗ ନେଇ ସେ ଟ୍ୱିଟ୍ କରିଥିବା ବେଳେ ଭାରତୀୟ ସେନା ତାର ପୂର୍ବତନ ଚିଫ୍ ଅଫ ଆର୍ମି ଷ୍ଟାଫ (ସିଓଏଏସ୍)ଙ୍କୁ ହରାଇଲା ବୋଲି ଉଲ୍ଲେଖ କରିଛନ୍ତି। ସେ ଜଣେ ବିଚାରକ ଓ ରଣନୀତିକାର ଭାବେ ବେଶ ଜଣାଶୁଣା ଥିଲେ। ସେ ତାଙ୍କ ପଛରେ ରାଷ୍ଟ୍ରପତି ଅତ୍ୟାଧିକ ସମର୍ପଣ ଓ ସେବାର ଭାବନା ଛାଡି ଯାଇଛନ୍ତି ବୋଲି ଜେନେରାଲ ନରୱାଣେ ଉଲ୍ଲେଖ କରିଛନ୍ତି।ଜେନେରାଲ ରୋଡ୍ରିଗସ୍ ତାଙ୍କର ୪୦ ବର୍ଷର ଦୀର୍ଘ କାର୍ୟ୍ୟକାଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ୨ଟି କାର୍ୟ୍ୟକାଳ ସେବା କରିଥିଲେ। ସେ ଅବସର ପରେ ପ୍ରାୟତଃ ସାମାଜିକ କାର୍ୟ୍ୟକଳାପ ସାଙ୍ଗକୁ ସାହିତ୍ୟ ସେବାରେ ନିଜକୁ ମଗ୍ନ କରିଥିଲେ ବୋଲି ସେନାପକ୍ଷରୁ କୁହାଯାଇଛି। ସେ ଅନେକ ରଣନୈତିକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ।