କିଭ : ଋଷ-ୟୁକ୍ରେନ ମଧ୍ୟର ଯୁଦ୍ଧକୁ ପୁରିଲା ୧୯ ଦିନ । ଏହି ୧୯ ଦିନ ଭିତରେ ଧ୍ୱଂସ ହେଇ ଚାଲିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଅନେକ ସୈନ୍ୟଙ୍କ ସହ ସାଧାରଣ ଳୋମାନେ ମଧ୍ୟ ଏହି ଯୁଦ୍ଧରେ ନିଜ ପ୍ରାଣ ବଳି ଦେଇ ସାରିଲେଣି । କିନ୍ତୁ ଯୁଦ୍ଧ ସମୟରେ ନିଜ ସୈନିକମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଦେଉ ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହାରି ମଧ୍ୟରେ ସେ ଅଚାନକ ହସପିଟାଲରେ ପହଞ୍ଚିଛନ୍ତି । କିଭ ଅଞ୍ଚଳର ଏକ ସୈନ୍ୟ ହସ୍ପିଟାଲରେ ପହଞ୍ଚି ଆହତ ସୈନ୍ୟମାନଙ୍କ ସହ ଦେଖା କରିବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି । ଏହାର ଫଟୋ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅନେକ ଯବାନ ସହିଦ ହୋଇଗଲେଣି ଏହି ଯୁଦ୍ଧରେ। ଆଉ ସେ ସହିଦ ଯବାନ୍ଙ୍କୁ ଦେଶର ହିରୋ ବୋଲି ସମ୍ବର୍ଧନା କରିଛନ୍ତି ଜେଲେନ୍ସକି ।ଯୁଦ୍ଧରେ ସହିଦ ହୋଇତିବା ଯବାନମାନଙ୍କୁ ସମ୍ମାନିତ ପଦକରେ କରିବା ସହ ୟୁକ୍ରେନର ହିରୋ ଭାବରେ ସେମାନଙ୍କୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି । ୟୁକ୍ରେନର ରାଷ୍ଟ୍ରପତି ସେନା ବିଭାଗର ଲେଫ୍ଟନାଣ୍ଟ କର୍ଣ୍ଣଲ ହାଟସୁଲ ଭୋଲୋଡିମିର ଓଲେକ୍ସଣ୍ଡ୍ରୋଭିଚଙ୍କୁ ମଧ୍ୟ ଏହି ପଦକ ଦ୍ୱାରା ସମ୍ମାନିତ କରିଛନ୍ତି । ଋଷ ସେନାର ୨୫ ୟୁନିଟ ନଷ୍ଟ କରିବା ସହ ୩୦୦ ଯବାନାଙ୍କୁ ମୃତ୍ୟୁମୁଖରେ ପହଞ୍ଚାଇଥିଲେ ୟୁକ୍ରେନର ଏହି ବୀର ଯୋଦ୍ଧା । କିନ୍ତୁ ଦେଶ ପାଇଁ ଲଢିବା ସମୟରେ ନିଜର ପ୍ରାଣବଳି ଦେଇଥିଲେ । ତେଣୁ ତାଙ୍କର ଏହି ବିରାଟ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ହସ୍ପିଟାଲରେ ସୈନିକମାନଙ୍କ ସହ ଦେଖା କରିବାର କିଛି ଫଟୋ ଏବଂ ଭିଡିଓ ଶେୟର କରିଛନ୍ତି ୟୁକ୍ରେନର ରକ୍ଷା ମନ୍ତ୍ରାଳୟ ।
Президент України Володимир Зеленський відвідав у госпіталі поранених захисників України 🇺🇦
🔊 «Хлопці, швидше одужуйте. Вірю: найкращим подарунком до вашої виписки буде наша спільна перемога!» – зазначив @ZelenskyyUa pic.twitter.com/lHYZJHWvp8
— Defence of Ukraine (@DefenceU) March 13, 2022