ବଢୁଛି ଜୟଙ୍କ ଅସନ୍ତୋଷ । ପୁଣି ତେରଛା ବାଣରେ ଦଳକୁ ନିଶାନା କଲେ ଜୟନାରାୟଣ । ବିଜେପି ବୈଠକରେ ଜୟନାରାୟଣଙ୍କ ଠାରୁ ସ୍ପଷ୍ଟ ଭାବରେ ବାରି ହୋଇପଡ଼ିଲା ଅସନ୍ତୋଷର ଗନ୍ଧ । ବୁର୍ଲା ଏମସିଏଲରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ। ହେଲେ ବୈଠକରେ ପଛ ଧାଡିରେ ବସିଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ବାରମ୍ବାର ଆଗରେ ବସିବା ପାଇଁ ତାଙ୍କୁ ଅନୁରୋଧ ପରେ ମଧ୍ୟ ସେ ଆଗକୁ ଆସିବାକୁ ମନା ସଫା ସଫା କରିଦେଇଥିଲେ । ଆଉ ଏହାପରେ ତାଙ୍କୁ ଯେତେବେଳେ ଏହି ସମ୍ପର୍କରେ ପଚରା ଯାଇଥିଲା ସେ ଗଣମାଧ୍ୟମ ସାମ୍ନାରେ ଯୋଗ୍ୟତା ନଥିବା କହିଛନ୍ତି ।