ଫ୍ୟାନଙ୍କୁ ଠେଲି ଦେଲେ ଜୟା ବଚନ

(କୋଲକତା): ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ସାଂସଦଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଜୟା ପ୍ରଚାର କରୁଥିବା ସମୟରେ ଜଣେ ଫ୍ୟାନ ସେଲଫି ନେବାକୁ ଉଦ୍ୟମ କରିବା ବେଳେ ଠେଲିଦେଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ। ହାୱଡା ଏବଂ ଶିବପୁରରେ ସାଂସଦ ଜୟା ବଚ୍ଚନ ରୋଡ ଶୋ କରୁଥିଲେ। ଏହି ସମୟରେ ଜଣେ ଫ୍ୟାନ ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିଲେ। ଏଥିରେ ଜୟ ବଚ୍ଚନ ଚିହିଁକି ଯାଇ ତାଙ୍କୁ ଧକ୍କା ଦେଇଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବହୁ ଲୋକ ଏହି ଘଟଣାକୁ ସମାଲୋଚନା କରୁଥିବା ବେଳେ ବହୁ ଜଣ କରୋନା ପାଇଁ ଜୟା ବଚ୍ଚନ ଏଭଳି କରିଥାଇ ପାରନ୍ତି ବୋଲି ମତ ଦେଇଛନ୍ତି ।