ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ୱ ନେଲେ ପ୍ରଥମ ମହିଳା ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ: ଆଉଏକ ସର୍ବୋଚ୍ଚ ସ୍ଥାନରେ ଆଉଜଣେ ମହିଳା | ଜୟା ବର୍ମା ସିହ୍ନା ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ)ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି ସମିତି ଜୟା ବର୍ମା ସିହ୍ନାଙ୍କ ନିଯୁକ୍ତିର ସ୍ବୀକୃତି ପ୍ରଦାନ କରିଛନ୍ତି। ଭାରତୀୟ ରେଳବାଇର ୧୬୬ ବର୍ଷ ଇତିହାସରେ ଏହି ପଦରେ ଜଣେ ମହିଳା ଅଧିଷ୍ଠିତ ହେବା ପ୍ରଥମ।

ଏହା ପୂର୍ବରୁ ସେ ରେଲୱେ ବୋର୍ଡ଼ରେ ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ରେଳରେ ମାଲ ପରିବହନ ଏବଂ ଯାତ୍ରୀ ସେବାର ସମଗ୍ର ପରିବହନର ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି। ୧୯୮୮ରେ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ୍) ରେ ଯୋଗ ହୋଇଥିଲେ। ଭାରତୀୟ ରେଳରେ ନିଜର ୩୫ ବର୍ଷରୁ ଅଧିକ କ୍ୟାରିୟରରେ ସେ ରେଳ ବୋର୍ଡ଼ର ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଅତିରିକ୍ତ ସଦସ୍ୟ, ଟ୍ରାଫିକ୍ ପରିବହନ ପରି ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।