ପୁଣି ବୁମ୍ରା ହେଲେ ନମ୍ବର ୱାନ

ନୂଆଦିଲ୍ଲୀ: ଓଭାଲରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ବୁମ୍ରା ଦମଦାର ପ୍ରଦର୍ଶନ କରିଛନ୍ତି । ଆଇସିସି ODI ର଼୍ୟାଙ୍କିଙ୍ଗରେ ବୁମ୍ରା ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୧୯ ରନ୍ ଦେଇ ୬ ୱିକେଟ୍ ନେଇଥିଲେ। ଆଇସିସି ପକ୍ଷରୁ ଦିନିକିଆରେ ଟପ୍-୧୦ ବୋଲିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ୭୧୮ ପଏଣ୍ଟ ସହ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଜଶପ୍ରୀତ ବୁମ୍ରା । ବର୍ତ୍ତମାନ ବୋଲ୍ଟ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନର ସାହିନ୍ ଆଫ୍ରିଦି ତୃତୀୟ ଏବଂ ଅଷ୍ଟ୍ରେଲିଆର ପେସର ଜୋଶ ହାଜଲେଉଡ୍ ଚତୁର୍ଥ ସ୍ଥାନରେ ଅଛନ୍ତି।ପଞ୍ଚମ ସ୍ତାନରେ ଆଫଗାନିସ୍ତାନର ମୁଜିବ-ଉର-ରେହମାନ,ଷଷ୍ଠ ସ୍ଥାନରେ ବାଙ୍ଗଲାଦେଶର ମେହେନ୍ଦୀ ହାସନ,ସପ୍ତମ ସ୍ଥାନରେ ଇଲଣ୍ଡଅର କ୍ରିସ୍ ୱିକ୍ସ , ଅଷ୍ଟମ ସ୍ତାନରେ ନ୍ୟୁଜଲାଣ୍ଡର ମ୍ୟାଟ ହେନେରୀ, ନବମ ସ୍ଥାନରେ ଆଫଗାନିସ୍ତାନର ମହମ୍ମଦ ନାବି ଏବଂ ଦଶମ ସ୍ଥାନରେ ରହିଛନ୍ତି ଆଫଗାନିସ୍ଥାନର ରାସିଦ ଖାନ୍ । ODI ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ନାହାଁନ୍ତି। ତାଙ୍କ ପରେ ଟପ୍ -୨୦ ରେ ଅନ୍ତର୍ଭୁକ୍ତ ଭାରତୀୟ ବୋଲର ହେଉଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ୨୦ ନମ୍ବରରେ ସ୍ଥାନରେ ରହିଛନ୍ତି ।ମହମ୍ମଦ ଶାମି ୨୩ ତମ ସ୍ଥାନରେ ଏବଂ ଭୁବନେଶ୍ୱର କୁମାର ୨୪ ତମ ସ୍ଥାନରେ ଅଛନ୍ତି ।