ସକାଳୁ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ

ଜାପାନ: ତାଇୱାନ ପରେ ଥରିଲା ଜାପାନ । ଆଜି ସକାଳୁ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ । ତେବେ ଏହି ଭୂମିକମ୍ପଟି ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ତେବେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ତେବେ ଏନେଇ କୌଣସି କ୍ଷୟକ୍ଷତି ବିଷୟରେ ସୂଚନା ଆସିନାହିଁ । ଆଜି ସ୍ଥାନୀୟ ସମୟ ସକାଳ ୯ଟାରେ ଏହି ଭୂକମ୍ପ ଘଟଇଛି । ତେବେ ଏହି ଭୂକମ୍ପ ହେବାରୁ ଲୋକ ଭୟଭିତ ହୋଇଘରୁ ବାହାରକୁ ପଳାଇ ଆସିଥିଲେ । କିନ୍ତୁ ଏଠାରେ ସୁନାମି ଆଲର୍ଟ କରଯାଇନଥିବା କୁହାଯାଉଛି ।